Sunday, November 15, 2026
Home ଆଞ୍ଚଳିକ ବିଭିନ୍ନ ଶକ୍ତିପୀଠରେ ଚାଲିଛି ମହାନବମୀ ପୂଜାର୍ଚ୍ଚନା, ସେପଟେ ମଣ୍ଡପେ ମହାଷ୍ଟମୀ

ବିଭିନ୍ନ ଶକ୍ତିପୀଠରେ ଚାଲିଛି ମହାନବମୀ ପୂଜାର୍ଚ୍ଚନା, ସେପଟେ ମଣ୍ଡପେ ମହାଷ୍ଟମୀ

72
KOLKATA, INDIA - OCTOBER 7, 2016: Potrait Of Goddess Durga idol at a South Kolkata famous Durga puja temple (pandal) on "Maha Ashtami".

୧୩/୧୦/୨୧ (ଜିଲ୍ଲା ଖବର) : ଆଜି ପୂଜାମଣ୍ଡପରେ ମହାଷ୍ଟମୀ। ମଙ୍ଗଳବାର ମହାସପ୍ତମୀରେ ପ୍ରାଣପ୍ରତିଷ୍ଠା ପରେ ମାଙ୍କ ନିକଟରେ ଶଙ୍ଖ, ଘଣ୍ଟ ଘଣ୍ଟା, ହୁଳହୁଳିରେ ହୋମଯଜ୍ଞ ଇତ୍ୟାଦି କରାଯାଇ ମାଙ୍କୁ ଆରାଧନା କରାଯାଇଛି। ଆଜି ମହାଷ୍ଟମୀ ପୂଜାରେ ମାଙ୍କ ଆରତୀ ସହିତ ଚଣ୍ଡୀହୋମ ଏବଂ ସଂଧ୍ୟାରେ ସନ୍ଧି ପୂଜା ହେବ ବୋଲି ଜଣାପଡିଛି।

ତେବେ କୋରୋନା କଟକଣା ଯୋଗୁ ରାଜଧାନୀର ଭୁବନେଶ୍ବର ସମେତ ତାରକସିର ସହର କଟକର ବିଭିନ୍ନ ପୂଜା ମଣ୍ଡପ ବିନା ଭକ୍ତରେ ଖାଁ ଖାଁ ଲାଗୁଛି। ମଣ୍ଡପର ତିନିପଟୁ ଆବଦ୍ଧ କରାଯାଇ କେବଳ ୭ଜଣ ସେବାୟତଙ୍କୁ ନେଇ ପୂଜା ବିଧି ଚାଲିଛି।

ମଣ୍ଡପରେ ଆଜି ମାଙ୍କ ମହାଷ୍ଟମୀ ନେଇ ପ୍ରସ୍ତୁତି ଚାଲିଥିବା ବେଳେ ବିଭିନ୍ନ ଶକ୍ତିପୀଠରେ ଷୋଡଶ ଉପଚାର ଅନୁଯାୟୀ ମାଆଙ୍କ ମହାନବମୀ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।