ବାଲିଗୁଡା ଉପଜିଲ୍ଲାପାଳଙ୍କୁ ଦରଖାସ୍ତ ପ୍ରଦାନ

159

ବାଲିଗୁଡା ଉପଜିଲ୍ଲାପାଳଙ୍କୁ ମା ଦକ୍ଷିଣା କାଳୀ ଅଟୋ ସଂଘ ଓ ଓଡିଶା ମୋଟର ଚାଳକ ସଂଘ ତରଫରୁ ରାସ୍ତାରୁ ଗାଈ, ଗୋରୁ, ଛେଳି, ମଇଁଷି, ହଟେଇବା ପାଇଁ ଦରଖାସ୍ତ ପ୍ରଦାନ । ଦରଖାସ୍ତ ପ୍ରଦାନ ବେଳେ ମୋଟର ଚାଳକ ସଂଘର ସଭାପତି ଅଭିରାମ ଡିଗାଲ, ଉପସଭାପତି ଇସ୍ରାଏଲ ଖାନ,ଦଣ୍ଡପାଣି ବିଶୋଇ, ପିଣ୍ଟୁ ନାୟକ, ମା ଦକ୍ଷିଣା କାଳୀ ଅଟୋ ସଙ୍ଘର ସଭାପତି ତାପସ ନାୟକ ଓ ଚକାଡୋଳା ନାୟକ ଉପସ୍ଥିତ ରହି ବାଲିଗୁଡା ଉପଜିଲ୍ଲାପାଳ ସିନ୍ଧେ ଦତ୍ତ ତ୍ରୟ ଭାଉ ସାହେବଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏଥି ପ୍ରତି ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ସମଗ୍ର ଜିଲ୍ଲାରେ ଗାଡିଚାଳଚଳ ବନ୍ଦ ରହିବ ଏହାର ଦାୟୀ ଜିଲ୍ଲା ପ୍ରଶାସନ ରହିବେ ବୋଲି ଉପଜିଲ୍ଲାପାଳ ଙ୍କୁ ଜଣାଇଥିଲେ ।