ମା ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆରମ୍ଭ

11

କଳାହାଣ୍ଡି ,୧୩/୧୦/୨୧ (ଜିଲ୍ଲା ଖବର) :  ଆରମ୍ଭ ହୋଇଯାଇଛି ମା ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଚଳଚଞ୍ଚଳ କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ବି ଛତର ଯାତ୍ରା କୋଭିଡ ନିୟମ ଅନୁଯାୟୀ ବିଧିରକ୍ଷା ପୂର୍ବକ ପାଳନ କରାଯାଉଛି।

ଆଜି  ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା  ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ଛତର ଯାତ୍ରା ମଧ୍ୟ ଅନୁଷ୍ଠିତ ହେଉଛି ।  ଏଥିରେ ଜନ ସାଧରଣଙ୍କ ଅଂଶ  ଗ୍ରହଣକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ  ନିଷେଧ କରାଯାଇଛି।  ଛତର ଯାତ୍ରାରେ ହେଉଥିବା ପଶୁ ଓ ପକ୍ଷୀ ବଳିକୁ ମଧ୍ୟ ବାରଣ କରାଯାଇଛି ଏଥିପାଇଁ  ରାତି ୮ଟା  ଠାରୁ  ଆଜି ଅପରାହ୍ନ ୪ଟା  ପର୍ଯ୍ୟନ୍ତ ଭବାନୀପାଟଣା ସହରରେ ୧୪୪ ଧାରା ଜାରି ହୋଇଛି ।

 ସେହିପରି୧୫ ତାରିଖ ବିଜୟା ଦଶମୀ ପାଇଁ ମଧ୍ୟ  ସକଳ ୮ଟା ରୁ ରାତ୍ର ୮ଟା ପର୍ଯ୍ୟନ୍ତ ମଧ୍ୟ ୧୪୪ ଜାରି କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଛତର ଯାତ୍ରା ସମୟରେ ଲକ୍ଷାଧିକ ଜନ ସମାଗମ ହେଉଥିବାରୁ  ଏହାକୁ ଦୃଷ୍ଟିରେ ରଖି ସହର ଅନେକ ଅଂଚଳ ବାରିକେଟ କରି ସହରର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି। ଯେପରି ସହରକୁ ବାହାର ଲୋକ ଆସି ନ ପାରନ୍ତି। କେବଳ ସ୍ୱାସ୍ଥ୍ୟ ତଥା ଜରୁରୀକାଳୀନ ପରିସ୍ଥିତିରେ ସହରକୁ ବାହାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବାର ବ୍ୟବସ୍ଥା କରାଯାଇଛି।