Thursday, November 12, 2026
Home ଆଞ୍ଚଳିକ ୬ ଓଡିଆ ସ୍ଵାଧୀନତା ସଂଗ୍ରାମୀଙ୍କ ସମ୍ମାନରେ ଉନ୍ମୋଚନ ହେବ ସ୍ଵତନ୍ତ୍ର ଲଫାପା

୬ ଓଡିଆ ସ୍ଵାଧୀନତା ସଂଗ୍ରାମୀଙ୍କ ସମ୍ମାନରେ ଉନ୍ମୋଚନ ହେବ ସ୍ଵତନ୍ତ୍ର ଲଫାପା

5

୧୩/୧୦/୨୧ (ଜିଲ୍ଲା ଖବର) : ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ବିଶେଷ ଯୋଗଦାନ କରିଥିବା ୬ ଓଡିଆ ସ୍ଵାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ଜଣାଇବ ଭାରତୀୟ ଡାକ ବିଭାଗ। ୬ ଓଡିଆ ସ୍ଵାଧୀନତା ସଂଗ୍ରାମୀଙ୍କ ସମ୍ମାନରେ ଉନ୍ମୋଚନ ହେବ ୬ଟି ସ୍ଵତନ୍ତ୍ର ଲଫାପା।

 ସ୍ଵାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶବ୍ୟାପୀ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଏହି ଅବସରରେ ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ସ୍ବାଧିନତା ସଂଗ୍ରାମୀଙ୍କ ସମ୍ମାନରେ ୬ଟି ସ୍ବତନ୍ତ୍ର ଲଫାପା ଉନ୍ମୋଚନ ହେବ ବୋଲି ଜଣାପଡିଛି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଦୂାସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସ୍ଵତନ୍ତ୍ର ଲଫାପା ଉନ୍ମୋଚନ କରିବା ସହିତ 6 ସ୍ଵାଧିନତା ସଂଗ୍ରାମୀଙ୍କ ପରିବାର ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି।