Saturday, October 10, 2026
Home ଅପରାଧ ବେଆଇନ ଖଣିରେ ଚଢ଼ାଉ; ୩ଟି ପଥର ବୋଝେଇ ଗାଡି ଜବତ

ବେଆଇନ ଖଣିରେ ଚଢ଼ାଉ; ୩ଟି ପଥର ବୋଝେଇ ଗାଡି ଜବତ

26

 ଖୋର୍ଦ୍ଧା,୧୩/୧୦/୨୧ (ଜିଲ୍ଲା ଖବର) : ଟାଙ୍ଗୀ ତହସିଲ ପ୍ରଶାସନର ଅପାରଗତା ଯୋଗୁଁ ମାଙ୍କଡା ପଥର ମାଫିଆମାନେ ଟାଙ୍ଗୀ ତହସିଲର ବିଭିନ୍ନ ଅଞ୍ଚଳରେ ବେଧଡକ କାରବାର ଚଳାଇଛନ୍ତି। ତହସିଲ ପ୍ରଶାସନ ଦେଖାଣିଆ ଚଢାଉ କରି ସ୍ୱଳ୍ପ ଜରିମାନା କରି ଗାଡି ଗୁଡିକୁ ଛାଡି ଦେଉଥିବାରୁ ମାଫିଆମାନେ ବେଫିକର୍ ହେଉଛନ୍ତି।

ସୁନ୍ଦରପୁର ପଂଚାୟତର ଉଦୟଗିରି ମୌଜାରେ କେତେକ ଖଣି ମାଫିଆ ଗାଁର ଗୋଚର ଅନାବାଦି ଜମିକୁ ପଥର ଖଣି ଭାବେ ବ୍ୟବହାର କରି ଶହ ଶହ ଟ୍ରିପ୍ ପଥର ଚୋରା ଚାଲାଣ କରୁଥିଲେ। ତେବେ ଗ୍ରାମବାସୀଙ୍କ ଅଭିଯୋଗ ପରେ ବିଳମ୍ବିତ ରାତିରେ ତହସିଲ ପ୍ରଶାସନର ଗୋଟିଏ ଟିମ୍ ଉଦୟଗିରି ମାଙ୍କଡା ପଥର ଖଣିରେ ଚଢାଊ କରି ୩ଟି ପଥର ବୋଝେଇ ଟ୍ରାକ୍ଟର ଜବତ କରିଛନ୍ତି ।

ହେଲେ ଗାଡି ଚାଳକମାନଙ୍କୁ ଛାଡି ଦେଇଛନ୍ତି। ଜବତ ଗାଡି ଗୁଡିକରୁ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।