
ବାଲେଶ୍ଵର,୧୩/୧୦/୨୧ (ଜିଲ୍ଲା ଖବର) : ସମ୍ପୂର୍ଣ୍ଣ ଜଳିଗଲା ବାଇକ। ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଜୋକଲଣ୍ଡା ଗ୍ରାମର ନଖିଆ ସ୍ୱାଇଁଙ୍କ ହିରୋ ବାଇକଟି ଗତକାଲି ରାତିରେ ଘର ସମ୍ମୁଖରେ ରଖି ଘରେ ଶୋଇଥିଲେ।
ତେବେ ଶୋଇଥିବା ବେଳେ କିଛି ଅଲଗା ପ୍ରକାରର ଶବ୍ଦ ଶୁଭାଗଲା। ଯାଇ ଦେଖିଲା ବେଳକୁ ବାଇକ ସମ୍ପୂର୍ଣ୍ଣ ଜଳି ଯାଉଥିବା ଦେଖିବାକୁ ପାଇଥିଲେ। ସେମାନେ ଯାଇ ନିଆଁ ଲିଭାଇଥିଲେ ହେଲେ ବାଇକଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଜଳିବାର କାରଣ ଅସ୍ପଷ୍ଟ ଥିବାବେଳେ କିଏ ଶତ୍ରୁତା ରଖି ଜାଳି ଦେଇଥିବା ଅଭିଯୋଗ ହୋଇଛି।



