Thursday, November 12, 2026
Home ଆଞ୍ଚଳିକ ଭିନ୍ନ ଅନ୍ଦାଜରେ ନଜର ଆସିଲେ ଅଜୟ ଦେବଗନ୍

ଭିନ୍ନ ଅନ୍ଦାଜରେ ନଜର ଆସିଲେ ଅଜୟ ଦେବଗନ୍

11

ନୂଆଦିଲ୍ଲୀ, ୧୩/୧୦/୨୧ (ଜିଲ୍ଲା ଖବର) : ଅଭିନେତା ରଜନୀକାନ୍ତ ଏବଂ ଅକ୍ଷୟ କୁମାରଙ୍କ ପରେ, ଏବେ ଅଜୟ ଦେବଗନ ନିଜ ପ୍ରଶଂସକଙ୍କୁ ‘ଇନ୍ଟୁ ଦି ୱାଇଲ୍ଡ ୱିଥ୍ ବିୟର ଗ୍ରିଲ୍ସ’ ସରଭାଇବଲ ଟେକନିକ ଦେଖାଇବାରେ ନଜର ଆସିବେ। ନିକଟରେ ଶୋ’ର ପ୍ରୋମୋ ରିଲିଜ ହୋଇ ଯାଇଛି । ଏହି ଅଭିଜ୍ଞତା ପିଲାଙ୍କ ଖେଳ ନୁହେଁ ବୋଲି ଅଜୟ ଦେବଗନ୍ ଏବଂ ବିୟର ଗ୍ରିଲ୍ସ ପ୍ରମୋ ଆରମ୍ଭରେ ଦର୍ଶକଙ୍କୁ ଚେତାବନୀ ଦେଇଛନ୍ତି  ।  

ବିୟର ଗ୍ରିଲ୍ସ ଅଜୟ ଦେବଗନଙ୍କୁ କହିଛନ୍ତି ଯେ ଏହା ହେଉଛି ତାଙ୍କର ଅଞ୍ଚଳ। ତାପରେ ଅଜୟ ଦେବଗନ କହୁଛନ୍ତି, ‘ୟେ କୋଇ ଖେଲ ନହିଁ ହେ ବ୍ରୋ’। ସାର୍କ ଦେଖିବା ପରେ ବିୟର ଗ୍ରିଲ୍ସ ଅଜୟ ଦେବଗନଙ୍କୁ ଶାନ୍ତ ରହିବାକୁ କହିଛନ୍ତି।

ମାଲଦ୍ୱୀପରେ ସେପ୍ଟେମ୍ବରରେ ଏହି ଏପିସୋଡର ସୁଟିଂ କରାଯାଇଥିଲା। ସୁଟିଂ ପାଇଁ ଅଜୟ ଦେବଗନ୍ ନିଜ ଟିମ୍ ସହ ପୁଅ ୟୁଗଙ୍କୁ ମଧ୍ୟ ନେଇଥିଲେ। ଡିସକଭରି ପ୍ଲସ୍ ଏକ୍ସକ୍ଲୁସିଭ୍ ରେ, ବିୟର ଗ୍ରିଲ୍ସ ଅଜୟ ଦେବଗନଙ୍କ ସହ ତାଙ୍କ ପରିବାର, କ୍ୟାରିୟର, ଜୀବନ ଏବଂ ଶୋ’ରୁ ମିଳିଥିବା ଶିକ୍ଷା ବିଷୟରେ କଥା ହେଉଥିବା ନଜର ଆସିବେ।