
୧୩/୧୦/୨୧ (ଜିଲ୍ଲା ଖବର) : ସୁଶ୍ରୀ ଦିବ୍ୟ ଦର୍ଶିନୀଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଛତିଶଗଡକୁ ୭୭ ରନରେ ହରାଇଲା ଓଡିଶା। ଏହା ସହ ସିରିଜ କାବୁ କରିଛି ଦଳ। ସେଞ୍ଚୁରିଆନ ୟୁନିଭରସିଟି ଗ୍ରାଉଣ୍ଡରେ ଖେଳାଯାଉଥିବା ଓଡିଶା-ଛତିଶଗଡ ଦ୍ଵି-ପାକ୍ଷିକ ସିରିଜର ଶେଷ ମ୍ୟାଚକୁ ୭୭ ରନରେ ଜିତିବା ସହ ସିରିଜ ଜିତିଛି ଓଡିଶା।
ପ୍ରଥମେ ବ୍ୟାଟିଙ୍ଗ କରି ଓଡିଶା ୪୫ ଓଭରରେ ୬ ୱିକେଟ ହରାଇ ୧୭୬ ରନ ସ୍କୋର କରିଥିଲା। ଦଳ ପକ୍ଷରୁ ସୁଶ୍ରୀ ଦିବ୍ୟଦର୍ଶିନୀ ସର୍ବାଧିକ ଅପରାଜିତ ୫୫ରନ ସ୍କୋର କରିଥିଲେ।
ଜବାବରେ ଛତିଶଗଡ଼ ୪୦.୧ ଓଭରରେ ମାତ୍ର ୯୯ ରନରେ ଅଲଆଉଟ ହୋଇ ଯାଇଥିଲା। ଓଡିଶା ପକ୍ଷରୁ ସୁଶ୍ରୀ ଦିବ୍ୟଦର୍ଶିନୀ ସର୍ବାଧିକ ୪ଟି ୱିକେଟ ହାସଲ କରିଥିଲେ।



