Thursday, November 12, 2026
Home ଆଞ୍ଚଳିକ ଚାରି ଦିନ ଧରି ଜେଲରେ ବିସ୍କୁଟ ଖାଇ ରହିଛନ୍ତି ଆର୍ଯ୍ୟନ୍

ଚାରି ଦିନ ଧରି ଜେଲରେ ବିସ୍କୁଟ ଖାଇ ରହିଛନ୍ତି ଆର୍ଯ୍ୟନ୍

16

ମୁମ୍ବାଇ,୧୩/୧୦/୨୧ (ଜିଲ୍ଲା ଖବର) : ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ଆର୍ଯ୍ୟନ ଖାନ୍ ଏବେ ଜେଲର ଚାରିକାନ୍ଥ ଭିତରେ ଦିନ କାଟୁଛନ୍ତି । ତେବେ ଆର୍ଯ୍ୟନଙ୍କୁ ନେଇ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ଜେଲ ସୂତ୍ର ଅନୁଯାୟୀ, ଜେଲରେ ରହିବା ପରଠାରୁ ଆର୍ଯ୍ୟନ ଠିକଭାବେ ଖିଆପିଆ କରୁ ନାହାଁନ୍ତି । ଗତ ୪ ଦିନ ଧରି ସେ କ୍ୟାଣ୍ଟିନରୁ କିଣାଯାଇଥିବା ବିସ୍କୁଟ ଖାଇ ରହିଛନ୍ତି ।  

ଜେଲ କର୍ମଚାରୀ ତାଙ୍କୁ ବହୁତ୍ ବୁଝାସୁଝା କରୁଛନ୍ତି କିନ୍ତୁ , ଆର୍ଯ୍ୟନ ତାଙ୍କୁ ଭୋକ ନାହିଁ ବୋଲି କହି ,କିଛି ବି ଖାଉ ନାହାଁନ୍ତି । ମଙ୍ଗଳବାର ସକାଳେ ଆମଦ ଓ୍ବାର୍ଡର ବାବା(କନେଷ୍ଟବଳ)ଆର୍ଯ୍ୟନଙ୍କୁ କିଛି ପାଲେ ଜି ବିସ୍କୁଟ ଆଣି ଦେଇଥିଲେ । ଏବଂ ତାଙ୍କ ପାଖରେ ଆଉ ମାତ୍ର ୩ ବୋତଲ ପାଣି ଅଛି । ଜେଲକୁ ଯିବା ପୂର୍ବରୁ ସେ ଏକ ଡରଜନ ପାଣି ବତଲ କିଣିଥିଲେ । ଯାହା ଏବେ ସରିବାକୁ ବସିଲାଣି ।  

ଜେଲ ମାନୁଆଲ ଅନୁଯାୟୀ, କେବଳ ୨୫୦୦ ଟଙ୍କା ନେଇ ଜଣେ କଏଦୀ ଭିତରକୁ ଯାଇ ପାରିବ । ଏହି ଟଙ୍କା ନେଇ ଜେଲ ଆକାଉଂଟରେ ଜମା କରିବାକୁ ପଡେ । ଏହା ବଦଳରେ କଏଦୀଙ୍କୁ ଗୋଟିଏ ମାସର କୁପନ ଦିଆଯାଏ। ଏହି କୁପନ ବ୍ୟବହାର କରି କଏଦୀ ଜେଲର କ୍ୟାଣ୍ଟିନରୁ ଖାଦ୍ୟ ସାମାନ, ସାବୁନ, ତେଲ ଓ ଟୁଥପେଷ୍ଟ କିଣି ପାରିବେ। ଜେଲ୍ କ୍ୟାଣ୍ଟିନରେ ନମକିନ, ବିସ୍କୁଟ ଏବଂ ଚିପ୍ସ ମଧ୍ୟ ମିଳିଥାଏ।

ଅନ୍ୟପଟେ ଚିନ୍ତାରେ ଜେଲ କର୍ମଚାରୀ । ସେମାନଙ୍କୁ ଆର୍ଯ୍ୟନଙ୍କ ସ୍ବାସ୍ଥ୍ୟ ଚିନ୍ତା ଘାରିଛି । ଠିକ୍ ଭାବେ ଖାଇ ନାହାଁନ୍ତି କି ସେ ତିନି,ଚାରି ଦିନ ହେବ ଟୟଲେଟ ମଧ୍ୟ ଯାଇ ନାହାଁନ୍ତି । ଏହା ସହିତ ସେ, ୪ଦିନ ହେବ ଗୋଧୋଇ ନାହାଁନ୍ତି । କିନ୍ତୁ ଜେଲ ନିୟମ ଅନୁଯାୟୀ, ତାଙ୍କୁ ସେଭିଂ ହେବାକୁ ପଡୁଛି । ଏହା ବ୍ୟତୀତ ତାଙ୍କୁ ଯେତେ ବୁଝାଇଲେ ମଧ୍ୟ ସେ ବୁଝୁ ନାହାଁନ୍ତି  ।