Sunday, November 15, 2026
Home ଆଞ୍ଚଳିକ ଖସିଗଲା ପାଦ, ପଡୁପଡୁ ରହିଗଲେ ସୁସ୍ମିତା

ଖସିଗଲା ପାଦ, ପଡୁପଡୁ ରହିଗଲେ ସୁସ୍ମିତା

10

ନୂଆଦିଲ୍ଲୀ, ୧୩/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ତାଙ୍କର ଫ୍ୟାଶନ ଓ ଷ୍ଟାଇଲକୁ ନେଇ ବେଶ ପରିଚିତ । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ସୁସ୍ମିତା । ଲାଟେଷ୍ଟ ଫଟୋ, ଭିଡିଓ ସେୟାର କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଠିକ୍ ସେମିତି ନିକଟରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ  ସୁସ୍ମିତା ଏକ ଷ୍ଟୋରରୁ ବାହାରକୁ ବାହାରୁଥିବା ନଜର ଆସୁଛନ୍ତି । ଆଉ ସେହି ସମୟରେ ସେ ପିନ୍ଧିଥିବା ହାଇ ହିଲ୍ସ ଚଟାଣରେ ଫସିଯିବା ଫଳରେ, ସେ ଟଳମଳ ହୋଇ ପଡୁଛନ୍ତି ଏବଂ  ପଡୁପଡୁ ଅଟକି ଯାଉଥିବା ନଜର ଆସୁଛନ୍ତି । ଏଥିରେ ସେ ଏକ ହ୍ବାଇଟ କଲର ଓ୍ବାନପିସ ସହିତ , ହାଇ ହିଲ୍ସରେ ଖୁବ୍ ସୁନ୍ଦର ଲାଗୁଛନ୍ତି । ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।