
ନୂଆଦିଲ୍ଲୀ, ୧୩/୧୦/୨୧ (ଜିଲ୍ଲା ଖବର) : ଆରପାରିରେ ତାମିଲ ଅଭିନେତା ଶ୍ରୀକାନ୍ତ । ମଙ୍ଗଳବାର ଦିନ ୮୨ ବର୍ଷ ବୟସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ୧୯୬୫ରେ ଫିଲ୍ମ’Vennira Adai’ମାଧ୍ୟମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ସେ ତାଙ୍କର ୪୦ ବର୍ଷ କ୍ୟାରିୟରରେ କେବଳ ନାୟକ ନୁହେଁ, ଖଳନାୟକ ଭୂମିକାରେ ମଧ୍ୟ ନିଜର ଜଲଓ୍ବା ଦେଖାଇଛନ୍ତି । ତେବେ ତାଙ୍କ ଦେହାନ୍ତ ଖବର ପାଇବା ପରେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳି ଯାଇଛି ।


