
ପୁରୀ, ୧୩/୧୦/୨୧ (ଜିଲ୍ଲା ଖବର) : ରେଲଓ୍ବେ ବିଭାଗରେ ଚାକିରୀ କରାଇଦେବା ନାଁରେ ଟଙ୍କା ଲୁଟ୍ । ଯୁବକମାନଙ୍କ ଠାରୁ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ପୁରୀ ବ୍ରହ୍ମଗିରି ଥାନା ଅଞ୍ଚଳର ବିଭିନ୍ନ ଗାଁର ୫୦ ଜଣ ଯୁବକଙ୍କ ଠାରୁ ୫ଲକ୍ଷ ଲୁଟି ନେଇଛି ଦଲାଲ ।
ଯୁବକ ମାନଙ୍କୁ ଧଳା ପୋଷାକ, ବୁଟ୍, ବ୍ୟାଚ ଧରାଇ ଦେଇ ଛୁ ମାରିଛି ଦଲାଲ । ବ୍ରହ୍ମଗିରି ଥାନାରେ ଏନେଇ ଅଭିଯୋଗ ଦେଇଛନ୍ତି ଲୁଟର ଶିକାର ହୋଇଥିବା ଯୁବକମାନେ । କିନ୍ତୁ ଟଙ୍କା ଦେବା ଓ ନେବାର କିଛି ପ୍ରମାଣ ନଥିବାରୁ ପୋଲିସ୍ ଏହି ଘଟଣାକୁ ଏଡାଇ ଦେବାକୁ ଉଦ୍ୟମ କରୁଛି । ସେପଟେ କିନ୍ତୁ ଲୁଟ୍ ର ଶିକାର ହୋଇଥିବା ଯୁବକମାନେ ଦୀର୍ଘ ସମୟ ଧରି ଥାନାରେ ରହି ଲୁଟେରାକୁ ଧରିବାକୁ ଦାବି କରିଛନ୍ତି ।



