
ଜନନେତା ନିତ୍ୟାନନ୍ଦଙ୍କ ଜୟନ୍ତୀ ଉତ୍ସବରେ ରକ୍ତଦାନ ଶିବିର
ସାନଖେମୁଣ୍ଡି (ଜିଲ୍ଲା ଖବର) : ଗଞ୍ଜାମ ଜିଲ୍ଲାର ଜଣାଶୁଣା ସଂଗ୍ରାମୀ ଜନନେତା ତଥା ପୂର୍ବତନ କବିସୂର୍ଯ୍ୟନଗର ବିଧାୟକ, ପୂର୍ବତନ ଆସିକା ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ୭୫ତମ ଜୟନ୍ତୀ ଉତ୍ସବ ପାଳନ ଅବସରରେ ପାଟୁପୁର ସ୍ଥିତ ମହଲଷ୍ମୀ ମନ୍ଦିର ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମନ୍ଦିର କମିଟି ଅଶୋକ ବେହେରାଙ୍କ ତତ୍ୱାବଧନରେ ଅନୁଷ୍ଠିତ ଜୟନ୍ତୀ ଉତ୍ସବରେ ନିତ୍ୟାନନ୍ଦଙ୍କୁ ଭଲ ପାଉଥିବା ଅଞ୍ଚଳବାସୀ ସମ୍ବର୍ଦ୍ଧନା ଜଣାଇବା ସହ ସୁସ୍ଥ ନିରାମୟ ଦୀର୍ଘଜୀବନ କାମନା କରିଥିଲେ। ଦୀର୍ଘ ୬୦ବର୍ଷ ଧରି ରାଜନୈତିକ ଜୀବନର ପ୍ରଧାନ ଦୁଇଥର ବିଧାୟକ ଓ ଥରେ ସାଂସଦ ଭାବେ ନିର୍ବାଚିତ ହୋଇ ବହୁ ବିକାଶମୂଳକ କାର୍ଯ୍ୟର ଆଲୋକପାତ କରାଯାଇଥିଲା। ବିଜେଡି ଜୀବନ ବନ୍ଧୁ ସୌଜନ୍ୟରେ ଅୟୋଜିତ ଶିବିରରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସିକା ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ସ୍ବାଇଁ, ବ୍ଲକ ବିଜେଡି ସଭାପତି ଧୋବା ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ୱାଇଁ, ସରପଞ୍ଚ ଟି.ବାବୁ ସୁବୁଧି, ଉଷା ନାୟକ, ନିତ୍ୟାନନ୍ଦ ପ୍ରଧାନ, ବ୍ଲକ ବିଜେଡି ସମ୍ପାଦକ ଅମିନ ପ୍ରଧାନ, ଗଙ୍ଗାଧର ପାତ୍ର, ରମେଶ ଚନ୍ଦ୍ର ପାତ୍ର, ନାରସୁ ପ୍ରଧାନ, ଏ.ଜଗନ୍ନାଥ ପାତ୍ର, ଗୋପାଳ ରାଉଳ, ଏ.କୈଳାସ ପାତ୍ର, ସମିତି ସଭ୍ୟ ତୋଫାନ ସ୍ୱାଇଁ, ସଂଗ୍ରାମ କେଶରୀ ବିଷୋୟୀ, ସୋମନାଥ ପାତ୍ର, କୈଳାସ ଖୁଣ୍ଟିଆ, ବୈଦ୍ୟନାଥ ସିଂ, ପ୍ରଶାନ୍ତ ରେଡି, ୟୁ ମନୋଜ ରାଓ, ବିନୋଦ ରାଉଳ, ସୂର୍ଯ୍ୟନାରାୟଣ ପାତ୍ରଙ୍କ ସମତେ ବହୁ ପଞ୍ଚାୟତ ପ୍ରତିନିଧି ଦଳୀୟ କର୍ମୀ ଅଂଶଗ୍ରହଣ କରିଥିଲେ। ଶିବିରରେ ୬୫ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବ୍ରହ୍ମପୁର ରକ୍ତ ଭଣ୍ଡାର ଡାକ୍ତର ରଶ୍ମିତା ପାଣିଗ୍ରାହୀଙ୍କ ସମତେ ପ୍ରଦୀପ କୁମାର ସୁବୁଧି, ଦେବାଶିଷ ପଣ୍ଡା, ରାମହରି ପଣ୍ଡା, ଡ଼ମରୁ ବାହାଦୂର କାର୍କି ପ୍ରମୁଖ ରକ୍ତସଂଗ୍ରହ କରିଥିଲେ। ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ସାବତ, ଚନ୍ଦ୍ରଶେଖର ସାମନ୍ତରା, ସତ୍ୟନାରାୟଣ ବେହେରା ପ୍ରମୁଖ ସହଯୋଗ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।




