
କଳାହାଣ୍ଡି , ୧୩/୧୦/୨୧ (ଜିଲ୍ଲା ଖବର) : ସରିଲା ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। କୋଭିଡ ନିୟମ ଅନୁଯାୟୀ ବିଧିରକ୍ଷା ପୂର୍ବକ ପାଳନ କରାଯାଇଛି ପବିତ୍ର ଛତର ଯାତ୍ରା।
ଛତର ଯାତ୍ରାରେ ହେଉଥିବା ପଶୁ ଓ ପକ୍ଷୀ ବଳିକୁ ମଧ୍ୟ ବାରଣ କରାଯାଇଛି । ମନ୍ଦିର ପାଖରେ ୧୪୪ ଧାରା ଜାରି ହୋଇଛି । ସେହିପରି୧୫ ତାରିଖ ବିଜୟା ଦଶମୀ ପାଇଁ ମଧ୍ୟ ସକଳ ୮ଟା ରୁ ରାତ୍ର ୮ଟା ପର୍ଯ୍ୟନ୍ତ ମଧ୍ୟ ୧୪୪ ଜାରି କରାଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ବାରିକେଟ କରି ସହରର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି। ଯେପରି ସହରକୁ ବାହାର ଲୋକ ଆସି ନ ପାରନ୍ତି। କେବଳ ସ୍ୱାସ୍ଥ୍ୟ ତଥା ଜରୁରୀକାଳୀନ ପରିସ୍ଥିତିରେ ସହରକୁ ବାହାର ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବାର ବ୍ୟବସ୍ଥା କରାଯାଇଛି।



