
୧୩/୧୦/୨୧ (ଜିଲ୍ଲା ଖବର) : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ମୃତ୍ୟୁ ମାମଲା । ମାମଲାର ଦୁଇ ସନ୍ଦିଗ୍ଧ ଫୁଲବାଣୀ ଟାଉନ ଥାନାରେ କଲେ ଆତ୍ମସମର୍ପଣ । ଦୁଇ ସନ୍ଦିଗ୍ଧ ହେଲେ ଲିଟୁ ଓରଫ ଦିନେଶ ମହାପାତ୍ର ଓ ମୁନା ଓରଫ ମୃତ୍ୟୁଞ୍ଜୟ ।
ମୃତ୍ୟୁ ପୂର୍ବରୂ ଏହି ଦୁଇଜଣ ମନୀଷଙ୍କ ସହ ହୋଟେଲରେ ଥିଲେ । ସନ୍ଦେହରେ ପୋଲିସ ଉଭୟ ଲିଟୁ ଓ ମୁନ୍ନାଙ୍କୁ ଖୋଜୁଥିଲା । ଆଜି ଉଭୟଙ୍କୁ ଭୁବନେଶ୍ୱର ଆଣି ଅଧିକ ପଚରାଉଚରା କରାଯିବ । ଲିଟୁ ଓ ମୁନ୍ନା ଘଟଣା ଦିନ ଫେରାର କରିବା ଅଭିଯୋଗରେ ହିମାଂଶୁ ନାମକ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି । ସମୁଦାୟ ୪ ଜଣଙ୍କୁ ଅଟକ ରଖି ପୋଲିସ ମନୀଷ ମୃତ୍ୟୁ ମିଷ୍ଟ୍ରୀର ତଦନ୍ତ କରୁଛି ।
ଏଠାରେ ସୂଚନା ଥାଉ ଯେ, ନବୀନ ଦାସଙ୍କ ପୁଅ ମନୀଷଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ ଆସିସାରିଛି । ଶ୍ଵାସ ରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଘଟଣାର ଅଧିକ ତଦନ୍ତ ପାଇଁ କିଛି ନମୁନା ରାଜ୍ୟ ଫୋରେନସିକ ଲାଵକୁ ପଠା ଯାଇଛି । ସେପଟେ ମନୀଷ ଶେଷ ଥର ପାଇଁ ବୁଲିଥିବା କାରର ସନ୍ଧାନ ମିଳିଛି ।
ଏକ କାରରେ ନିଜ ସାଙ୍ଗମାନଙ୍କ ସହ ମନୀଷ ହୋଟେଲ ସାଉଥ୍ ସିଟିକୁ ଯାଇଥିଲେ । କାରଟିକୁ ଜବତ କରିଛି କମିଶନରେଟ୍ ପୋଲିସ । ଶେଷ ଥର ପାଇଁ ସାଙ୍ଗମାନେ ଭୋଜି କରିବାକୁ ଡାକି ନେଇ ପୁଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମନୀଷଙ୍କ ବାପା ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସ।



