
ନୂଆଦିଲ୍ଲୀ, ୧୩/୧୦/୨୧ (ଜିଲ୍ଲା ଖବର) : ଅଭିନେତ୍ରୀ ତଥା ଟିଏମସି ସାଂସଦ ନୁସରତ୍ ଜହାଁ ସବୁବେଳେ କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରୁହନ୍ତି । ନିକଟରେ ୟଶ ଦାସଗୁପ୍ତାଙ୍କ ଜନ୍ମଦିନ ଅବସରରେ ନୁସରତ କେକରେ ହଜବେଣ୍ଡ ଏବଂ ଡାଡ୍ ଲେଖିଥିଲେ । ଯାହାକୁ ନେଇ ଚର୍ଚ୍ଚା ଯୋର ଧରିଥିଲା ।
ଠିକ୍ ସେମିତି ଏବେ ପୁଣି ଥରେ, ଦୁହିଁଙ୍କ ଫଟୋକୁ ନେଇ ଚର୍ଚ୍ଚା ଯୋର ଧରିଛି । ନିକଟରେ ଦୁହେଁ ଦୁର୍ଗାପୂଜାରେ ଫଟୋସୁଟ କରିଛନ୍ତି । ଏଥିରେ ଦୁହିଁଙ୍କ ଜବରଦସ୍ତ କେମେଷ୍ଟ୍ରି ନଜର ଆସୁଛି । ଦୁହେଁ ସାଥିରେ ଦୁର୍ଗାପୂଜା ମନାଉଥିବା ନଜର ଆସୁଛନ୍ତି ।
ଏଥିରେ ନୁସରତ୍ ଏକ ଗୋଲ୍ଡେନ ବୋର୍ଡର ଥିବା ଶାଢୀ ସହିତ ଗଳାରେ ଚୋକର ପିନ୍ଧିଥିବା ବେଳେ, ୟଶ ଧଳା ରଙ୍ଗର ସାର୍ଟ ସାଙ୍ଗକୁ ନୀଳ ରଙ୍ଗର ପ୍ୟାଣ୍ଟ ପିନ୍ଧି, ଦୁହେଁ ଖୁବ୍ ସୁନ୍ଦର ଲାଗୁଛନ୍ତି । ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି ନୁସରତ୍ । ଏହି ଫଟୋ ସେୟାର କରି ‘ଶୁଭ ମାହା ସପ୍ତମୀ ’ବୋଲି ସେ ଲେଖିଛନ୍ତି । ତେବେ ତାଙ୍କର ଏହି ଫଟୋ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।


