Sunday, November 15, 2026
Home ଆଞ୍ଚଳିକ ସାମ୍ନାକୁ ଆସିଲା ଫିଲ୍ମ ଅନ୍ତିମର ରିଲିଜ୍ ଡେଟ୍

ସାମ୍ନାକୁ ଆସିଲା ଫିଲ୍ମ ଅନ୍ତିମର ରିଲିଜ୍ ଡେଟ୍

9

ନୂଆଦିଲ୍ଲୀ,୧୩/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ସଲମାନ୍ ଖାନଙ୍କ ଫିଲ୍ମ ଦେଖିବାକୁ ସବୁବେଳେ ଅପେକ୍ଷା କରି ରହି ଥାଆନ୍ତି ଦର୍ଶକ । ବର୍ଷରେ ସେ ବାଛି ବାଛି ଫିଲ୍ମ କରନ୍ତି ଏବଂ ଦର୍ଶକଙ୍କୁ ଭେଟି ଦିଅନ୍ତି । ତେବେ ତାଙ୍କର ଫିଲ୍ମ ରାଧେ ରିଲିଜ୍ ହେବାପରେ, ଏବେ ତାଙ୍କ ଫିଲ୍ମ ’ଅନ୍ତିମ’ର ରିଲିଜ୍ ଡେଟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆ ମାଧ୍ୟମରେ ଏହାର ରିଲିଜ୍ ଡେଟ୍ ଘୋଷଣା କରିଛନ୍ତି ସଲମାନ୍ ଖାନ୍ ।

ସଲମାନ୍ ଖାନ୍ ଇନଷ୍ଟାଗ୍ରାମରେ ଫିଲ୍ମ ଅନ୍ତିମର ମୋସନ ପୋଷ୍ଟର ସେୟାର କରିଛନ୍ତି । ଏଥିରେ ସିଖ୍ ଲୁକରେ ନଜର ଆସୁଛନ୍ତି । ଏହି ପୋଷ୍ଟର ସେୟାର କରିବା ସହିତ ସେ କ୍ୟାପ୍ସନରେ ଲେଖିଛନ୍ତି ଯେ, ‘#Antim ୨୬ ନଭେମ୍ବର,୨୦୨୧ରେ ଥିଏଟର୍ସରେ ରିଲିଜ୍ ହେବାକୁ ଯାଉଛି ।  

ଫିଲ୍ମ ଅନ୍ତିମ୍ ଦ ଫାଇନାଲ ଟ୍ରୁଥ୍ ବିଷୟରେ କହିବାକୁ ଗଲେ, ଦୀର୍ଘ ସମୟ ପରେ ସଲମାନ୍ ଖାନ୍ ସିଖ୍ ରୋଲ ପ୍ଲେ  କରୁଥିବା ନଜର ଆସିବେ ।