
ସମ୍ବଲପୁର,୧୩/୧୦/୨୧ (ଜିଲ୍ଲା ଖବର) : ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । କୂଅରୁ ଉଦ୍ଧାର କରି ଦୁଇ କିଲୋମିଟର ବୋହି ଆଣିବା ବେଳେ ଚାଲିଗଲା ଝିଅର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ରେଢ଼ାଖୋଲ ଥାନା କମଳାନାଳି ଗାଁର ସୁଦପଢାରେ ।
ଗାଁର ଅର୍ଜୁନ ଦେହୁରୀ ଓ ବାସନ୍ତୀ ଦେହୁରୀଙ୍କ ୫ ବର୍ଷୀୟ ଝିଅ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ୍ ଅସାବଧାନତା ଯୋଗୁଁ କୂଅରେ ପଡ଼ିଯାଇଥିଲା । କିଛି ସମୟ ପରେ ଘର ଲୋକେ ଝିଅକୁ ନପାଇ ଖୋଜାଖୋଜି କରି ଝିଅକୁ କୂଅରୁ ଉଦ୍ଧାର କରି ରେଢ଼ାଖୋଲ ମେଡିକାଲକୁ ନେବାପାଇଁ ଆମ୍ବୁଲାନ୍ସ ଡକାଇଲେ।
ତେବେ ଗାଁକୁ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ଆସିପାରିନଥିଲା । ପରେ ଅର୍ଜୁନ ଦେହୁରୀ ନିଜ ଝିଅକୁ କାନ୍ଧରେ କାନ୍ଧେଇ ମେଡିକାଲ ନେଇଥିବା ବେଳେ ମେଡିକାଲରେ ମୃତ ଘୋଷଣା କରିଥିଲେ ଡାକ୍ତର । ଗୋଟିଏ ପଟେ ରାଜ୍ୟ ସରକାର ଗାଁ ଗାଁକୁ, ବିଶେଷ କରି ଦୁର୍ଗମ ଅଞ୍ଚଳକୁ ଗମନାଗମନ ସୁବିଧା ଯୋଗାଉଥିବା ଘୋଷଣା କରୁଛନ୍ତି ।
ତେବେ ଏହି ଘଟଣା ରାଜ୍ୟ ସରକାରଙ୍କ ମିଛକୁ ଧରାପକାଇଥିବା ବେଳେ ବାସ୍ତବ ଚିତ୍ର ସାମ୍ନାକୁ ଆଣିଛି । ଯଦି ଆମେ ଦେଖିବା 2020 ମସିହାରେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଅନୁସାରେ ରାଜ୍ୟର 1242ଟି ଗାଁକୁ ରାସ୍ତାଟିଏ ନିର୍ବାଣ ହୋଇପାରିନାହିଁ ।



