
୧୨/୧୦/୨୧ (ଜିଲ୍ଲା ଖବର) : ଆଜି ମହାସପ୍ତମୀ । ବିଲ୍ୱବରଣ ପରେ ଧରାବତରଣ କରିଛନ୍ତି ମା ଜଗତ ଜନନୀ । ପରମ୍ପରା ଅନୁଯାୟୀ ମା’ ଦୁର୍ଗାଙ୍କ ଧରାବତରଣ ପରେ ଜୀବନ୍ୟାସ, ଚକ୍ଷୁଦାନ କରାଯାଇ ଆଜିଠୁ ମା’ଙ୍କ ମହାସପ୍ତମୀ ପୂଜାର୍ଚ୍ଚନା ଆରମ୍ଭ ହେବ ।
ଯାହାକୁ ନେଇ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ମାନଙ୍କରେ ତତ୍ପରତା ଦେଖିବାକୁ ମିଳିଛି । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକଣାରେ ଦୁର୍ଗାପୂଜା ହେଉଥିବା ବେଳେ ଭକ୍ତଙ୍କ ମଧ୍ୟରେ ସେତେଟା ଉତ୍ସାହ ଦେଖିବାକୁ ମିଳିନାହିଁ । ତେବେ ମଣ୍ଡପରେ ଆଜି ମହାସପ୍ତମୀ ନୀତିକାନ୍ତୀ ଅନୁଷ୍ଠିତ ହେଉଥିବାବେଳେ ବିଭିନ୍ନ ଶକ୍ତିପୀଠରେ ଷୋଡଶ ଉପଚାର ଅନୁଯାୟୀ ମାଆଙ୍କ ମହାଷ୍ଟମୀ ପୂଜାର୍ଚ୍ଚନା ଚାଲିଥିବା ଦେଖିବାକୁ ମିଳିଛି ।


