
ନୂଆଦିଲ୍ଲୀ, ୧୨/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଅକ୍ଷୟ କୁମାର ଗୋଟେ ପରେ ଗୋଟେ ଧମାକାଦାର ଫିଲ୍ମ ଭେଟି ଦେଉଛନ୍ତି ଦର୍ଶକଙ୍କୁ । ତେବେ ନିକଟରେ ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କର ଆଉ ଏକ ଆଗାମୀ ଫିଲ୍ମ’ରକ୍ଷା ବନ୍ଧନ’ର ସୁଟିଂ ଶେଷ କରିଛନ୍ତି । ନିର୍ମାତା-ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟଙ୍କ ଏହି ଫିଲ୍ମର ସୁଟିଂ ଦିଲ୍ଲୀରେ ଶେଷ ହୋଇଛି ।
ତେବେ ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ ଭୂମି ପେଡେନେକର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଆସନ୍ତା ବର୍ଷ ୧୧ ଅଗଷ୍ଟରେ ଏହି ଫିଲ୍ମ ରିଲିଜ୍ ହେବାକୁ ଏକଦମ୍ ପ୍ରସ୍ତୁତ ରହିଛି ।
ଇନଷ୍ଟାଗ୍ରାମରେ ଫିଲ୍ମ ନିର୍ଦ୍ଦେଶକଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଅକ୍ଷୟ କୁମାର ।


