
ଆସିକା,(ଖିରୋଦ ଚନ୍ଦ୍ର ବେହେରା) ; ଆସିକା ବାଣୀବିହାର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଆସିକା ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଆସିକା ଜର୍ଣ୍ଣାଲିଷ୍ଟ ଆସୋସିଏସନ ସଭାପତି ଅନିଲ କୁମାର ପାଣିଗ୍ରାହିଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଜାତୀୟ ପ୍ରେସ ଜାତୀୟ ଦିବସ ପାଳିତ ଅବସରରେ ସାମ୍ବାଦିକଙ୍କ ଦାୟିତ୍ୱ ଓ ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ,ମୁଖ୍ୟବକ୍ତା ଭାବେ ଆସିକା ବିଡିଓ ସତ୍ୟ ସୁନ୍ଦର ରାଉତ,ସମ୍ମାନୀତ ଅତିଥି ଭାବେ ଆସିକା ତହସିଲଦାର ଆଶୁତୋଷ ଗୈାରବ କର, ବରିଷ୍ଠ ନେତା ଦିଲ୍ଲିପ କୁମାର ପାଣିଗ୍ରାହି,ସିପିଆଇ ଆସିକା ଜୋନ ସମ୍ପାଦକ ପିତବାସ ମହାପାତ୍ର, ସିପିଆଏମ ନେତା ତଥା ଆଇନଜୀବୀ କେ.ପ୍ରଫୁଲା ରାଓ, ବିଜେଡି ଯୁବ ନେତା ନାରାୟଣ ସ୍ୱାଇଁ,ଗୋପବନ୍ଧୁବାଦୀ ତଥା ଅବସରପ୍ରାପ୍ତ ଶିକ୍ଷକ ଗଣେଶ ରଥ, ସତ୍ୟପ୍ରିୟ ରଥ, ମାନବ ସେବା ସମିତି ସଭାପତି ପ୍ରଦିପ କୁମାର ପାଣିଗ୍ରାହି, ମନମୋହନ ସେନାପତି,ବିଜେଡି ଯୁବ ନେତା ନଚିକେତା ସ୍ୱାଇଁ, ବିଶିଷ୍ଟ ଶିଶୁ ସାହିତ୍ୟକ ବନମାଳି ସାମନ୍ତରା, ମେକମାଇକେଲ ସଂସ୍କୃତ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦାଶ,ବିଜେଡି ଯୁବ ନେତା ଅନିଲ କୁମାର ନାୟକ, ଜୋନ ନମ୍ବର-୧ ଜିଲ୍ଲା ପରିଷଦ କୋକରାମ ଜେନା,ଜିଲ୍ଲା ପରିଷଦ ପ୍ରତିନିଧି ରାଜେଶ ପଟ୍ଟନାୟକ, ଜିଲ୍ଲା ପରିଷଦ ଜୋନ ନମ୍ବର-୪ ଶିବଶଙ୍କର ମହାନ୍ତି ପ୍ରମୁଖ ଅତିଥି ମାନଙ୍କୁ ଆସିକା ଜର୍ଣ୍ଣାଲିଷ୍ଟ ଆସୋସିଏସନ ସାମ୍ବାଦିକ ମାନେ ମଚଂ ନିକଟକୁ ପାଛୋଟି ଆଣିଥିଲେ ।
ଏହି ଅବସରରେ ସଭାପତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ ସହ ପ୍ରଦିପ ପ୍ରଜ୍ଜଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପଗୁଛ ସହ ଉପଢୈାକନ ପ୍ରଦାନ କରାଯାଇଥିଲା । ମୁଖ୍ୟବକ୍ତା ବିଡିଓ ସତ୍ୟସୁନ୍ଦର ରାଉତ ନିର୍ଭିକ ସାମ୍ବାଦିକତା ସାଙ୍ଗକୁ ପ୍ରଶାସନ ସମ୍ବନ୍ଧୀୟ ଖବର ଗୁଡିକ ତଥ୍ୟ ଭିତିକ ହେବା ସହ ଉପରେ ଗୁରୁତ୍ୱାରୋପ କରିବା ସହ ସାମ୍ବାଦିକ ହେଉଛନ୍ତି ସାମ୍ବାଦିକ ମାନଙ୍କ ହେଉଛନ୍ତି ଦେଶର ଚତୁର୍ଥ ସ୍ତମ୍ଭ ବୋଲି ମତବ୍ୟକ୍ତ କରିଥିଲେ । ସେହିଭଳି ମୁଖ୍ୟ ଅତିଥି ବିଧାୟିକା ମଞ୍ଜୁଳା ସ୍ୱାଇଁ ଆସିକା ସାମ୍ବାଦିକ ମାନେ ମୋତେ ଯେଭଳି ଭାବେ ସହଯୋଗ କରୁଛନ୍ତି ମୁଁ ସେମାନଙ୍କ ଠାରେ ଋଣି ବୋଲି କହିଥିଲେ । ଏହା ସହିତ ସାମ୍ବାଦିକ ମାନେ ନିର୍ବାଚନ ମଣ୍ଡଳୀର ସମସ୍ତ ଉନ୍ନୟନମୁଳକ କାର୍ଯ୍ୟ ସାଙ୍ଗକୁ ଯେକୈାଣସି ଅସୁବିଧା ଓ ଦୁର୍ନିତୀ ଖବର ମୋ ନଜରକୁ ଆଣନ୍ତୁ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି କେ.ପ୍ରଫୁଲ ରାଓ ଦେଶବ୍ୟାପୀ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଓ ହତ୍ୟାକୁ ନିନ୍ଦା କରିଥିଲେ । ଦେଶର ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ସାଙ୍ଗକୁ ଲୋକ ପ୍ରତିନିଧି ମାନେ ସୁରକ୍ଷା ନଥିବା ବେଳେ ସାମ୍ବାଦିକ ସୁରକ୍ଷା ନାହିଁ ।
ଏତିକି ବେଳେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପାର୍ଲାମେଟଂ ଓ ବିଧାନସଭାରେ ଆଇନ ପ୍ରଣୟନ କରାଯାଉ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା, କବିସୂର୍ଯ୍ୟନଗର, ଧରାକୋଟ, ଦିଗପହଣ୍ଡି, ଶେରଗଡ ଅଚଂଳର ୨୫ ଜଣ ସାମ୍ବାଦିକ ମାନଙ୍କୁ ଅତିଥିଙ୍କ ଦ୍ୱାରା ଉପଢୈାକନ ସହ ପୁଷ୍ପଗୁଛ ଦେଇ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିରଷ୍ଠା ସାମ୍ବାଦିକ ସୁରେନ୍ଦ୍ର ସାହୁ, ନରସିଂହମୁଲୁ ଆଚାରୀ,ଯୋଗେନ୍ଦ୍ର ନାଥ ପ୍ରଧାନ, ଗଙ୍ଗାଧର ଶତିପଥି, ମୁନାଫ ସରିଫ, ପ୍ରଦିପ କୁମାର ପାତ୍ର, ଶରତ ଚନ୍ଦ୍ର ବିଷୋୟୀ, ସୁକାନ୍ତ ବେହେରା, ଅନିଲ କୁମାର ପାଣିଗ୍ରାହି, ଅଜିତ ଦାଶ, ସନ୍ତୋଷ କୁମାର ମୁନି, ସୁଶାନ୍ତ କୁମାର ସାହୁ, ନରେନ୍ଦ୍ର କୁମାର ସାହୁ,ଜତିରାଜ ପାଣିଗ୍ରାହି, ସୁନିଲ କୁମାର ନାହକ,କ୍ଷୀରୋଦ ଚନ୍ଦ୍ର ବେହେରା,ପ୍ରଶାନ୍ତ କୁମାର ମୁନୀ, ଶକ୍ତି ପ୍ରସାଦ କର, ସନାତନ ବେହେରା, ମିଲି ପାତ୍ର, ପୂଜା ପ୍ରଧାନ,ଉମାଚରଣ ବରାଡ, ମନୋଜ କୁମାର ନାୟକ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।



