
ନୂଆଦିଲ୍ଲୀ, ୧୨/୧୦/୨୧ (ଜିଲ୍ଲା ଖବର) : ସାଉଥ୍ ସୁପରଷ୍ଟାର କମଲ ହାସନଙ୍କ ସାନ ଝିଅ ଅକ୍ଷରା ହାସନଙ୍କ ଆଜି ଜନ୍ମଦିନ । ୧୨ ଅକ୍ଟୋବର ୧୯୯୧ରେ ଚେନ୍ନାଇରେ ସେ ଜନ୍ମଗ୍ରହଣ କରିଥିଲେ । ଅଭିନେତ୍ରୀ ହେବା ସହିତ ,ସହ ନିର୍ଦ୍ଦେଶକ ଭାବେ ମଧ୍ୟ କାମ କରି ସାରିଛନ୍ତି ଅକ୍ଷରା ହାସନ୍ ।
ଫିଲ୍ମ’ସାମିତାଭ’ ମାଧ୍ୟମରେ ବଲିଉଡରେ ପାଦ ଥାପିଥିବା ଅଭିନେତ୍ରୀ ଅକ୍ଷରା ହାସନ, ଆଜି ତାଙ୍କର ୩୦ତମ ଜନ୍ମଦିନ ପାଳନ କରୁଛନ୍ତି ।
ସହ ନିର୍ଦ୍ଦେଶକ ଭାବେ ସେ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଅଭିନୟ ଦୁନିଆରେ ପାଦ ଥାପି ,ଅଭିନୟରେ ନିଜର ଯାଦୁ ଦେଖାଇ ଆସୁଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନରେ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ।


