ପୋଲିସ-ମାଓବାଦୀ ଗୁଳିବିନିମୟ, 3 ମାଓବାଦୀ ନିହତ

5

୧୨/୧୦/୨୧ (ଜିଲ୍ଲା ଖବର) : ମାଲକାନଗିରି ତୁଳସି ଫରେଷ୍ଟ ରେଞ୍ଜରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସ ଉପରକୁ ଗୁଳି ଚଳାଇ ଥିଲେ ମାଓବାଦୀ । ଜବାବରେ କାଉଣ୍ଟର ଫାୟାର କଲା ଓଡ଼ିଶା ପୋଲିସ । ଫଳରେ ପୋଲିସ ଗୁଳିରେ 3 ମାଓବାଦୀ ନିହତ ହୋଇଥିବା ନେଇ ପ୍ରେସ ମିଟ୍ ଜରିଆରେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ ।

ମୃତ ମାଓବାଦୀଙ୍କ ମଧ୍ୟରେ 2 ମହିଳା ଓ ଜଣେ ପୁରୁଷ ଥିବା ଜଣାପଡିଛି । ଟାଙ୍କ ନିକଟରୁ 2 ବନ୍ଧୁକ ଜବତ ହୋଇଛି ।  ଅନ୍ୟପଟେ ଏବେ ବି କମ୍ବିଂ ଅପରେସନ  ଜାରି ରହିଛି ବୋଲି ପୋଲିସ ଡ଼ିଜି ସୂଚନା ଦେଇଛନ୍ତି ।