Thursday, November 12, 2026
Home ଆଞ୍ଚଳିକ ଶାହାରୁଖଙ୍କ ପାଇଁ ଡୁପ୍ଲିକେଟ୍‌କୁ ମିଳୁ ନାହିଁ କାମ

ଶାହାରୁଖଙ୍କ ପାଇଁ ଡୁପ୍ଲିକେଟ୍‌କୁ ମିଳୁ ନାହିଁ କାମ

12

ନୂଆଦିଲ୍ଲୀ, ୧୨/୧୦/୨୧ (ଜିଲ୍ଲା ଖବର) : ବଲିଉଡ ଅଭିନେତା ଶାହରୁଖ୍ ଖାନ୍ ଏବେ ବେଶ ଜଟିଳ ପରିସ୍ଥିତି ଦେଇ ଗତି କରୁଛନ୍ତି । ପୁଅ ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ, ସେ ବହୁତ୍ ଚିନ୍ତାରେ ପଡି ଯାଇଛନ୍ତି । ପୁଅ ଗିରଫ ହେବା ପରେ ତୁରନ୍ତ ସୁଟିଂ ଅଧାରୁ ଛାଡି ମୁମ୍ବାଇ ଚାଲି ଆସିଛନ୍ତି ଶାହରୁଖ୍ । ଏବେ ତାଙ୍କ ପୁଅ ଆର୍ଥର ରୋଡ ଜେଲରେ ଡାଲି,ରୁଟି ଖାଇ ରାତି କାଟୁଛନ୍ତି ।  ତାଙ୍କ ପରିବାର ପାଇଁ ଏହା ଏକ ବେଶ କଷ୍ଟଦାୟକ ସମୟ ଚାଲିଛି । ଅନ୍ୟପଟେ ଶାହରୁଖ୍ ଖାନଙ୍କ ପାଇଁ ଅନ୍ୟଜଣେ ବ୍ୟକ୍ତି ମଧ୍ୟ ସମସ୍ୟାର ସାମ୍ନା କରୁଛନ୍ତି । ଶାହରୁଖଙ୍କ ପରି ଦେଖାଯାଉଥିବା ରାଜୁ ରାହିକଓ୍ବାର ଙ୍କୁ ମଧ୍ୟ ଏହି କାରଣ ପାଇଁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡୁଛି । ନିକଟରେ ଏକ ସାକ୍ଷାତକାରରେ ସେ ଏ ବିଷୟରେ କହିଛନ୍ତି ।

ରାଜୁ କହିଛନ୍ତି, ୧୦ ଅକ୍ଟୋବର ରେ ସେ ଜୟପୁରରେ ଏକ ବାର୍ଥ ଡେ ପାର୍ଟିରେ ଯୋଗଦେବାର ଥିଲା  । ଏହା ବ୍ୟତୀତ ଆସନ୍ତା ସପ୍ତାହରେ ବି ତାଙ୍କୁ ଆଉଏକ ଇଭେଣ୍ଟରେ ସାମିଲ ହେବାର ଥିଲା। କିନ୍ତୁ ଦୁଇଯି ଯାକ ଇଭେଣ୍ଟକୁ କ୍ୟାନସେଲ୍ କରି ଦିଆଗଲା । ଅର୍ଗାନାଇଜର ତାଙ୍କୁ କହିଲେ ଯେ, ବର୍ତ୍ତମାନ ସମୟରେ ଶାହାରୁଖ ଖାନଙ୍କ ଯେଉଁ ଇମେଜ୍ ଅଛନ୍ତି, ସାଧାରଣ ଲୋକମାନେ ତାହାକୁ ସହଜ ଅନୁଭବ କରୁନାହାଁନ୍ତି।

ଅଭିନେତା ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ସମସ୍ୟା ସେୟାର କରି କହିଛନ୍ତି ଯେ, ଏହି ଦୁଇଟି ଇଭେଣ୍ଟରୁ ସେ ଯେଉଁ ଅର୍ଥ ପାଇଥାଆନ୍ତେ, ସେଥିରେ ସେ ତାଙ୍କ ପିଲାଙ୍କୁ ସ୍କୁଲ ଫି ଦେଇଥାଆନ୍ତେ । କିନ୍ତୁ ସବୁକିଛି ଗଡବଡ ହୋଇଗଲା । କିନ୍ତୁ ରାଜୁଙ୍କୁ ଶାହାରୁଖ ଖାନଙ୍କୁ ନେଇ କୌଣସି ଅଭିଯୋଗ ନାହିଁ । ସେ ତାଙ୍କୁ ତାଙ୍କ ଗଡ ଫାଦର ବୋଲି ବିବେଚନା କରନ୍ତି।