Tuesday, October 13, 2026
Home ଅପରାଧ ଦିଲ୍ଲୀରୁ ପାକିସ୍ତାନୀ ଆତଙ୍କବାଦୀ ଗିରଫ

ଦିଲ୍ଲୀରୁ ପାକିସ୍ତାନୀ ଆତଙ୍କବାଦୀ ଗିରଫ

6

୧୨/୧୦/୨୧ (ଜିଲ୍ଲା ଖବର) : ରାଜଧାନୀ ଦିଲ୍ଲୀର ଲକ୍ଷ୍ମୀନଗରରୁ ଗିରଫ ହୋଇଛି ଜଣେ ପାକିସ୍ତାନୀ ଆତଙ୍କବାଦୀ । ଭାରତୀୟ ନାଗରିକଙ୍କ ନକଲି ପରିଚୟ ଦେଇ ରହିଆସୁଥିବାବେଳେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଚଢ଼ାଉ କରି ଆତଙ୍କବାଦୀ ଧରିଥିବା ସୂଚନା ମିଳିଛି ।

ଗିରଫ ଆତଙ୍କବାଦୀଠାରୁ ଏକେ-୪୭ ଓ ହ୍ୟାଣ୍ଡ ଗ୍ରେନେଡ ଜବତ ହୋଇଛି । ଏହାସହ 60 ରାଉଣ୍ଡ, ଗୋଟିଏ ହ୍ୟାଣ୍ଡ ଗ୍ରେନେଡ, 50 ରାଉଣ୍ଡ ସହିତ 2 ଅତ୍ୟାଧୁନିକ ପିସ୍ତଲ ଜବତ କରାଯାଇଛି ।

ଦିଲ୍ଲୀରେ ବିସ୍ଫୋରଣ ଘଟାଇବାକୁ ଆଇଏସଆଇ ଠାରୁ ତାଲିମ ନେଇଥିବା ଆତଙ୍କବାଦୀ ଡକ୍ୟୁମେଣ୍ଟ ଜାଲିଆତି କରି ଦିଲ୍ଲୀ ରହିଆସୁଥିଲା । ନେପାଳ ରାସ୍ତା ଦେଇ ଦିଲ୍ଲୀକୁ ପସି ଥିବା କୁହାଯାଉଛି । କେବଳ ଦିଲ୍ଲୀ ନୁହେଁ, ଅନ୍ୟ କିଛି ସହରରେ ଆକ୍ରମଣ କରିବାର ଯୋଜନା କରିଥିଲା ଗିରଫ ଆତଙ୍କବାଦୀ ।