
ନୂଆଦିଲ୍ଲୀ ,୧୨/୧୦/୨୧ (ଜିଲ୍ଲା ଖବର) : ଭୋଜପୁରୀ ସୁପରଷ୍ଟାର ମନୋଜ ତିୱାରୀ ରାନୀ ତିୱାରୀଙ୍କୁ ପ୍ରଥମ ବିବାହ କରିଥିଲେ । କିନ୍ତୁ ପରେ ଦୁହେଁ ଅଲଗା ହୋଇଗଲେ । ତେବେ ରାନୀ ଏବେ ତାଙ୍କ ଆଫେୟାର ଖବରକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି । ପଞ୍ଜବୀ ସିଙ୍ଗର ବାୱାଙ୍କୁ ସେ ଡେଟ୍ କରୁଛନ୍ତି । ଏକମ୍ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି ଏବଂ ଖୋଲାଖୋଲି ନିଜ ପ୍ରେମ ବ୍ୟକ୍ତ କରିଛନ୍ତି ।
ରାନୀଙ୍କ ସହ ଏକମ୍ ଏକ ଫଟୋ ,ପୋଷ୍ଟ କରିଛନ୍ତି । ଏକମ୍ ସେଲଫି ନେଉଥିବା ବେଳେ, ରାନୀ ତାଙ୍କ ପଛରେ ଛିଡା ହୋଇଛନ୍ତି । ଏହି ଫଟୋ ସେୟାର କରି ଏକମ୍ ଲେଖଛନ୍ତି ଯେ, ‘ (ଦିଲ କି ଫିଲିଂ) ନିହାତି ଥରେ ପଢନ୍ତୁ, ତୁମକୁ ପ୍ରତି ମୁହୂର୍ତ୍ତରେ ଭଲ ପାଇବା ପାଇଁ ପ୍ରତିଜ୍ଞା କରୁଛି, ତୁମ ସହି ପ୍ରତି ମୁହୂର୍ତ୍ତରେ ରହିବାକୁ ପ୍ରତିଜ୍ଞା କରୁଛି, ମୁଁ ତୁମକୁ ଭୁଲିଯିବି ବୋଲି କେବେ ଭାବିବ ନାହିଁ, ସାରା ଜୀବନ ତୁମସହ ଚାଲିବାକୁ ପାଇଁ ପ୍ରତିଜ୍ଞା କରୁଛି । ଆଇ ଲଭ୍ ୟୁ ମେରୀ ଜାନ୍। ମେରେ ଦିଲ୍ କି ଧଡକନ୍।
ପ୍ରକାଶ ଥାଉକି, ୧୯୯୯ ମସିହାରେ ମନୋଜ ତିୱାରୀଙ୍କୁ ବିବାହ କରିଥିଲେ ରାନୀ । ହେଲେ ଦୁହେଁ ୨୦୧୨ରେ ଅଲଗା ହୋଇଗଲେ । ମନୋଜ ଏବଂ ରାନୀଙ୍କର ଗୋଟିଏ ଝିଅ ଅଛି। ରାନୀ ତାଙ୍କ ଝିଅ ସହିତ ମୁମ୍ବାଇରେ ରୁହନ୍ତି।


