Wednesday, November 11, 2026
Home ଆଞ୍ଚଳିକ ଜନ୍ମଦିନର ଶୁଭେଚ୍ଛା, ଶକ୍ତି ମୋହନ୍

ଜନ୍ମଦିନର ଶୁଭେଚ୍ଛା, ଶକ୍ତି ମୋହନ୍

6

ନୂଆଦିଲ୍ଲୀ, ୧୨/୧୦/୨୧ (ଜିଲ୍ଲା ଖବର) : ଆଜି ଜଣାଶୁଣା ଡାନ୍ସର ଶକ୍ତି ମୋହନଙ୍କ ଜନ୍ମଦିନ । ସେ ତାଙ୍କର ଡାନ୍ସ ମାଧ୍ୟମରେ ସବୁବେଳେ ଦର୍ଶକଙ୍କୁ କିମିଆ କରନ୍ତି । ଆଜି ସେ ଜଣେ ଜଣାଶୁଣା ଡାନ୍ସର ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ଏହା ସହିତ ସେ ଷ୍ଟାର ପ୍ଲସରେ ଆସୁଥିବା ଡାନ୍ସିଂ ରିଆଲିଟି ଶୋ’ ‘ଡାନ୍ସ ପ୍ଲସ୍’ରେ ଜଜ୍ ଏବଂ ମେଣ୍ଟର ରୁପେ ନଜର ଆସନ୍ତି ।

ତେବେ ତାଙ୍କର ଏହି ସଫଳତାର ଯାତ୍ରା ତାଙ୍କ ପାଇଁ ଏତେ ସହଜ ନଥିଲା। ଆଜି ସେ  ଶୋ’ର ଜଜ୍ ହୋଇଛନ୍ତି ସତ, କିନ୍ତୁ କେବେ ସେ ବି ପ୍ରତିଯୋଗୀ ହୋଇ ମଞ୍ଚରେ  ନିଜର ଟ୍ୟାଲେଣ୍ଟ ଦେଖାଇଥିଲେ । ଜୀ ଟିଭିର ଡାନ୍ସ ରିଆଲିଟି ଶୋ’ ‘ଡାନ୍ସ ଇଣ୍ଡିଆ ଡାନ୍ସ’ସିଜିନ୍ ୨ ମାଧ୍ୟମରୁ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ଏବଂ ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ବିଜେତା ହୋଇଥିଲେ ।

୧୨ ଅକ୍ଟୋବର ୧୯୮୫ରେ ମୁମ୍ବାଇରେ ଶକ୍ତି ମୋହନ ଜନ୍ମ।  ସେମାନେ ହେଉଛନ୍ତି ଚାରି ଭଉଣୀ । ତେବେ ପିଲାବେଳେ ଶକ୍ତିଙ୍କ ସହ ଏକ ଦୁର୍ଘଟଣା ଘଟିଥିଲା । ଏହାପରେ ଡକ୍ଟର କହିଥିଲେ ଯେ, ସେ ଆଉ କେବେ ଚାଲି ପାରିବେ ନାହିଁ । କିନ୍ତୁ ହାର୍ ମାନି ନଥିଲେ, କି ଡରି ଯାଇ ନଥିଲେ ଶକ୍ତି । ନିଜ ମନବଳକୁ ଦୃଢ ରଖି ପରିବାର ଲୋକଙ୍କ ସାହାଯ୍ୟରେ, ସେ କେବଳ ଯେ ଚାଲି ପାରିଲେ ତାହା ନୁହେଁ,ବରଂ ସେ ଆଜି ଜଣେ ପ୍ରସିଦ୍ଧ ଡାନ୍ସର ହୋଇ ମଧ୍ୟ ଦେଖାଇଛନ୍ତି । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଢେରସାରା ଶୁଭକାମନା ।