
୧୨/୧୦/୨୧ (ଜିଲ୍ଲା ଖବର) : ଜମ୍ମୁ କାଶ୍ମୀର ସୋପିଆନରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ତିନି ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ରହିଛି । ଏନେଇ ଜମ୍ମୁ-କାଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଖାଲି ସେତିକି ନୁହେଁ ଏହା ମଧ୍ୟ ସୂଚନା ମିଳିଛି ଯେ, ମୃତ ଆତଙ୍କବାଦୀଙ୍କ ମଧ୍ୟରେ ବିହାରର ବୀରେନ୍ଦ୍ର ପାସୱାନଙ୍କ ହତ୍ୟାକାରୀ ମଧ୍ୟ ସାମିଲ ଥିଲା । ତେବେ ଏହି ଏନକାଉଣ୍ଟର୍ ପରେ ସୋପିଆନ୍ ରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ଜମ୍ମୁ-କାଶ୍ମୀରର ଡିଜିପି ଦିଲୱାଗ ସିଂ କହିଛନ୍ତି ଯେ, ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ସୋପିଆନ୍ ରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏଥିସହିତ ତୁଲରାମରେ ମଧ୍ୟ ଆତଙ୍କବାଦୀଙ୍କ ଗତିବିଧି ରହିଛି ।
୩ ରୁ ୪ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି । ଅନ୍ୟପଟେ ମୃତ ତିନି ଆତଙ୍କବାଦୀ ଟିଆରଏଫ୍ ସଦସ୍ୟ ହୋଇଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତକାଲି ଜମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ବେଳେ ଜେସିଓ ସମେତ ୫ ଜଣ ଯବାନ ସହିଦ ହୋଇଥିଲେ ।



