
ନୂଆଦିଲ୍ଲୀ, ୧୨/୧୦/୨୧ (ଜିଲ୍ଲା ଖବର) :ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ । ସେ ତାଙ୍କ ପିଲାମାନଙ୍କ ସହ ଫଟୋ, ଭିଡିଓ ସେୟାର କରୁଥିବା ଦେଖିବାକୁ ମିଳେ । ଠିକ୍ ସେମିତି ନିକଟରେ ଶିଳ୍ପା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ପୂଜା କରୁଥିବା ସମୟରେ,ତାଙ୍କ ଦୁଇ ପିଲା ଓ ପୁରା ଷ୍ଟାଫ ମାନେ ଥିବା ନଜର ଆସୁଛନ୍ତି ।
ତେବେ ଏହି ଭିଡିଓ ସେୟାର କରି ଶିଳ୍ପା ଲେଖିଛନ୍ତି, “ମୋର ପ୍ରେରଣା ସୋମବାର… ମୋ ପିଲା ଏବଂ ବିଶ୍ୱାସ। କିଛି ଜିନିଷ ଆଗାମୀ ପିଢ଼ିକୁ ବ୍ୟାଖ୍ୟା କରାଯାଇପାରିବ ନାହିଁ ଯେପର୍ଯ୍ୟନ୍ତ ସେମାନେ ନିଜ ସାମ୍ନାରେ ଏହା ଘଟୁଥିବାର ନ ଦେଖନ୍ତି। ମୋ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ମୋ ପିଲାମାନେ ମଧ୍ୟ ସେହି ସଂସ୍କାର ସହ ବଢନ୍ତୁ ଯେଉଁ ସଂସ୍କାର ମୋତେ ମୋ ପିତାମାତା ଦେଇଛନ୍ତି। ମୁଁ ସର୍ବଦା ପିଲାମାନଙ୍କଠାରେ ବିଶ୍ୱାସର ଜାଗ୍ରତ କରିବାକୁ ଚାହୁଁଥିଲି କାରଣ ବିଶ୍ୱାସ ଆମକୁ ଅଧିକ ଶକ୍ତିଶାଳୀ କରିଥାଏ ଏବଂ ଯେତେବେଳେ ଆମେ ବଡ଼ ହୋଇଥାଉ, ଏହା ଆମକୁ ଜୀବନର ଅଭିଜ୍ଞତାକୁ ଏକ ଭଲ ଉପାୟରେ ଗ୍ରହଣ କରିବା ଶିଖାଇଥାଏ। ଆପଣ ସମସ୍ତଙ୍କୁ ହାପି ସଣ୍ଡେ।”
ଅନ୍ୟପଟେ ତାଙ୍କର ଏହି ଭିଡିଓରେ ସମସ୍ତେ ନଜର ଆସୁଥିବା ବେଳେ ଶିଳ୍ପାଙ୍କ ସ୍ବାମୀ ରାଜ୍ କୁନ୍ଦ୍ରା କେଉଁଠିବି ନଜର ଆସୁ ନାହାଁନ୍ତି । ଏମିତିକି ରାଜ୍ ଜାମିନ୍ ପାଇବା ପରେ, ତାଙ୍କ ସହ ଶିଳ୍ପା ପବ୍ଲିକ୍ କିମ୍ବା ସୋସିଆଲ ମିଡିଆରେ ଏକାଠି ନଜର ଆସି ନାହାଁନ୍ତି ।
ପ୍ରକାଶ ଥାଉକି, ଅଶ୍ଳୀଳ ଫିଲ୍ମ ପ୍ରସ୍ତୁତ ଓ ଅପଲୋଡ କରିବା ମାମଲାରେ, ରାଜ କୁନ୍ଦ୍ରାଙ୍କୁ ପୋଲିସ ଗିରଫ କରିଥିଲା। ପ୍ରାୟ ୨ ମାସ ଜେଲରେ ରହିବା ପରେ ତାଙ୍କୁ ଜାମିନ ମିଳିଛି।


