Thursday, November 12, 2026
Home ଆଞ୍ଚଳିକ ପୁଣି ବିବାହ କରିଛନ୍ତି କି ନୁସରତ୍ ?

ପୁଣି ବିବାହ କରିଛନ୍ତି କି ନୁସରତ୍ ?

5

ନୂଆଦିଲ୍ଲୀ, ୧୨/୧୦/୨୧ (ଜିଲ୍ଲା ଖବର) : ଅଭିନେତ୍ରୀ ତଥା ସାଂସଦ ନୁସରତ ଜହାଁ ନିକଟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି।  ପ୍ରଥମେ ନିଖିଳ ଜୈନଙ୍କ ସହ ପ୍ରେମ, ତାପରେ ବିବାହ ପୁଣି ବିବାହ ବିଚ୍ଛେଦକୁ ନେଇ ସେ ଚର୍ଚ୍ଚାରେ ଥିଲେ । ତେବେ ନିକଟରେ ନୁସରତ୍ ୟଶ ଦାସଗୁପ୍ତାଙ୍କ ଜନ୍ମଦିନ ପାଳନ କରିଛନ୍ତି । ଇନଷ୍ଟାଗ୍ରାମରେ ସେ ଏହାର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ତା ମଧ୍ୟରୁ ଗୋଟେ ଫଟୋରେ ‘Husbend ଓ Dad’ ବୋଲି ଲେଖା ହୋଇଛି । ଯାହା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ତେବେ ତାଙ୍କର ଏହି ଫଟୋ ଦେଖିବା ପରେ, ସେ ତାଙ୍କୁ ଲୁଚାଛପାରେ ବିବାହ କରିଥିବା ନେଇ ଲୋକେ ଆଶଙ୍କା କରୁଛନ୍ତି । କିନ୍ତୁ ଏବାଦରେ ଦୁହିଁଙ୍କ ତରଫରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ ତାଙ୍କର ଏହି ଫଟୋ ଏବେ , ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୂଚନା ମୁତାବକ, ଛୁଆ ଜନ୍ମ ପରେ ୟଶ୍‌ ଏବଂ ନୁସରତ ଏକାଠି ରହୁଛନ୍ତି। ଏହି କାରଣ ଯୋଗଁ ଉଭୟ ବିବାହ କରିନେଇଥିବା ନେଇ ଲୋକେ ଚର୍ଚ୍ଚା କରୁଛନ୍ତି।