
କୁକୁଡାଖଣ୍ଡି, (ଇ.ରଞ୍ଜନ) : ବଲାଗିଂର ଓ ବରଗଡ ଜିଲ୍ଲାର ଏଇ,ଜେଇ,ଜିଆରଏସ ଓ ସରପଞ ୪୩ ଜଣିଆ ପ୍ରତିନିଧି ଦଳ କୁକୁଡାଖଣ୍ଡି ବ୍ଲକ ଗସ୍ତ କରି ମୋଡେଲ ଭାବେ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସହ କିପରି କାଯ୍ୟକାରୀ ହୋଇଥିଲା ସେ ସମ୍ପର୍କରେ ପଚାରି ବୁଝିଥିଲେ । ସରକାରଙ୍କ ତରଫରୁ ବାଲିପଡା ଗ୍ରାମରେ ଥିବା ହର୍ଟିକଲଚର ପ୍ରୋଜେକ୍ଟ ,ଲାଂଜିଆ ମୋଡେଲ ପଞ୍ଚାୟତ କାଯ୍ୟାଳୟ,ବାଇଗଣବାଡି ଗ୍ରାମରେ ଏମଜିଏନଆରଇଜିଏସ ପକ୍ଷରୁ ହୋଇଥିବା ପୋଖରୀ,ପାର୍କ ,ଡେଗାଂପଦର ଗ୍ରାମରେ ମୋଡେଲ ପୋଖରୀ, ନୂଆପଡା ଗ୍ରାମରେ ହୋଇଥିବା ମୋଡେଲ ଗଭୀରକୂପ ବୁଲି ଦେଖିଥିଲେ।
ଏହି ମୋଡେଲକୁ ଅନୁସରଣ କରି ନିଜ ଜିଲ୍ଲାରେ କିପରି ଏହିଭଳି ପ୍ରୋଜେକ୍ଟ କରିହେବ ସେନେଇ ଅବଗତ ହୋଇଥିଲ। ପରେ ବ୍ଲକ ସମ୍ମୀଳନୀ କକ୍ଷରେ ବିଡିଓ ଗଦାଧର ପାତ୍ରକଂ ଅଧଷତାରେ ଏକ କର୍ମଶାଳା ଅନୁଷ୍ଟିତ ହୋଇଥିଲା। ଅନ୍ୟତମ ଅତିଥି ଭାବେ ବ୍ଲକ ଚେୟାରମେନ କାମାକ୍ଷା ପ୍ରସାଦ ପାତ୍ର ଯୋଗଦେଇଥିଲେ। ଏଇ ସୁଜିତ କୁମାର ଟହଲ ଏକ ଭିଡିଓ ମାଧ୍ୟମରେ ଉପସ୍ଥିତ ପ୍ରତିନିଧିଙ୍କୁ ବିଭିନ୍ନ ଯୋଜନା ସଂପର୍କରେ ବୁଝାଇଥିଲେ।
ବିଭିନ୍ନ ପ୍ରକଳ୍ପ ବୁଲି ଦେଖି ସନ୍ତୋଷବ୍ୟକ୍ତ କରିଥିଲେ ପ୍ରତିନିଧି ମଣ୍ଡଳୀ। ପ୍ରତିନିଧି ମଣ୍ଡଳୀର ଗସ୍ତ ସମୟରେ ଏପିଡି(ଫାଇନାନ୍ସ) ବାଣୀସୁକାନ୍ତ ପଟ୍ଟନାୟକ ,ପିଓ ଅଶୋକ ପଟ୍ଟନାୟକ,ଡେଗାଂପଦର ସରପଞ୍ଚ ସୀତାରାମ ସାହୁ,ସନ୍ତୋଷ ଚୌଧୁରୀଙ୍କ ସହ ସରପଞ୍ଚ ,ସମସ୍ତ ଜେଇ ଉପସ୍ଥିତ ଥିଲେ।



