
ନୂଆଦିଲ୍ଲୀ, ୧୧/୧୦/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ କ୍ରିତି ସାନନଙ୍କ ଅପକମିଙ୍ଗ୍ ଫିଲ୍ମ ’ହମ୍ ଦୋ ହମାରେ ଦୋ’ର ଟ୍ରେଲର ରିଲିଜ୍ ହୋଇ ଯାଇଛି । ଏହି ଫିଲ୍ମରେ ପରେଶ ରାଓ୍ବଲ, ରତ୍ନା ପାଠକ ଶାହ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମଟି ଚଳିତ ମାସ ୨୯ ତାରିଖରେ ରିଲିଜ୍ ହେବାକୁ ଯାଉଛି । ତେବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ହିଁ, ମେକର୍ସ ଏହାର ପ୍ରମୋସନ ଆରମ୍ଭ କରି ଦେଇଛନ୍ତି ।
ଅଭିନେତା ରାଜ୍ କୁମାର ରାଓ ଏବଂ ଅଭିନେତ୍ରୀ କ୍ରିତି ସାନନ ଏହା ପୂର୍ବରୁ ମଧ୍ୟ ଏକାଠି କାମ କରି ସାରିଛନ୍ତି । ତେବେ ପୁଣି ଥରେ ଏହି ଫିଲ୍ମ ମାଧ୍ୟମରେ ଦୁହିଁଙ୍କୁ ଦେଖିବାକୁ ଅପେକ୍ଷା କରି ରହିଛନ୍ତି ଦର୍ଶକ ।


