Thursday, November 12, 2026
Home ଆଞ୍ଚଳିକ ଲାକମି ଫ୍ୟାଶନ ଓ୍ବିକ୍ ୨୦୨୧ରେ, ଜଲଓ୍ବା ଦେଖାଇଲେ କରୀନା

ଲାକମି ଫ୍ୟାଶନ ଓ୍ବିକ୍ ୨୦୨୧ରେ, ଜଲଓ୍ବା ଦେଖାଇଲେ କରୀନା

15

ନୂଆଦିଲ୍ଲୀ, ୧୧/୧୦/୨୧ (ଜିଲ୍ଲା ଖବର ) : ଗତ ରବିବାର ଦିନ ବଲିଉଡ ଅଭିନେତ୍ରୀ କରୀନା କପୁର ଲାକମି ଫ୍ୟାଶନ ଓ୍ବିକ୍ ୨୦୨୧ରେ ନିଜର ଷ୍ଟାଇଲିଷ୍ଟ ଅନ୍ଦାଜ୍ ଦେଖାଇଛନ୍ତି । ଏହି ଫ୍ୟାଶନ ଇଭେଣ୍ଟରେ କରୀନା ସିଲଭର ଆଉଟଫିଟରେ ରାମ୍ପ ଓ୍ବାର୍କ କରି ନିଜର ଜଲଓ୍ବା ଦେଖାଇଛନ୍ତି । ରବିବାର ଏହି ଇଭେଣ୍ଟର ଗ୍ରାଣ୍ଡ ଫାଇନାଲ ଥିଲା, ଯେଉଁଥିରେ କରୀନା ଗୌରବ ଗୁପ୍ତାଙ୍କ ଡିଜାଇନର ଡ୍ରେସରେ ନଜର ଆସିଥିଲେ ।

କରୀନା କପୁର ଡଜାଇନର ଗୌରବ୍ ଗୁପ୍ତାଙ୍କ ବ୍ୟୁଟି ଥିମ୍ ’Define to Redefine ‘କଲେକ୍ସନ୍ ପ୍ରେଜେଣ୍ଟ କରିଥିଲେ । ସେ ଏହି ସାଇନି ସିଲଭର ଆଉଟଫିଟରେ  ପ୍ରତିଥର ଭଳି ବେଶ ଗର୍ଜିୟସ ଦେଖା ଯାଉଥିଲେ । ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ବେଶ ପସନ୍ଦ କରୁଛନ୍ତି ଏବଂ ଏହା ଏବେ ସୋସିଆଲ ମିଡିଆରେ ,ବେଶ ଭାଇରାଲ ହେବାରେ ଲାଗିଛି ।