ଗୋ ଚାଲାଣ ବେଳେ ଗାଡି ଜବତ , ୧୯ଟି ଗୋରୁ ଉଦ୍ଧାର

15

ଭଦ୍ରକ,୧୧/୧୦/୨୧ (ଜିଲ୍ଲା ଖବର ) : ଗୋରୁ ଚାଲାଣ ବେଳେ ଗାଡି ଜବତ । ଚାନ୍ଦବାଲି ଥାନା ପକ୍ଷରୁ ୩ଟି ଗୋରୁ ଗାଡ଼ିକୁ ଜବତ କରାଯାଇଛି । ଚାନ୍ଦବାଲି ଥାନା ଅନ୍ତର୍ଗତ ତାରିଣୀ ଛକ ନିକଟରୁ ପୁଲିସ ୩ଟି ଗୋରୁ ବୋଝେଇ ଗାଡି ଜବତ କରିଛି। ଏଥିରେ ପ୍ରାୟ ୧୯ଟି ଗୋରୁ ଥିବା ଜଣାପଡିଛି।

ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଚାନ୍ଦବାଲି ବଜରଙ୍ଗ ଦଳ ଓ ଗୋ ସେବା ସମିତି ପକ୍ଷରୁ ବାରମ୍ବାର ଗୋ ଚାଲାଣ ଉପରେ ରୋକ ଲାଗାଇବା ପାଇଁ ଅଭିଯୋଗ ହୋଇ ଆସୁଛି। ମାତ୍ର ଗୋରୁ ଚାଲାଣ ଉପରେ ରୋକ ଲଗାଯାଇପାରୁନି।