
୧୧/୧୦/୨୧ (ଜିଲ୍ଲା ଖବର ) : ଜମ୍ମୁ-କାଶ୍ମୀର ପୁଞ୍ଚ ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ୍ ବେଳେ ଜେସିଓ ସମେତ ୫ ଜଣ ଯବାନ ସହିଦ ହୋଇଥିବା ସୂଚାନ ମିଳିଛି ।
ସୂଚନାନୁସାରେ, ଆତଙ୍କବାଦୀଙ୍କ ବିରୋଧରେ ଏକ ସର୍ଚ୍ଚ ଅପରେସନ୍ ଚାଲିଥିଲା । ଏହିସମୟରେ ଆତଙ୍କବାଦୀ ହମ୍ଲାରେ ୫ ଜଣ ଯବାନ ସହିଦ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ଘଟଣା ସ୍ଥଳକୁ ଭାରତୀୟ ସେନା ପକ୍ଷରୁ ଅତିରିକ୍ତ ବାହିନୀ ପଠାଯାଇଛି ।
ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି । ଆକ୍ରମଣକାରୀ ଆତଙ୍କବାଦୀଙ୍କ ସହ ସଂଘର୍ଷ ଏବେ ବି ଜାରି ରହିଛି । ଅନ୍ୟପଟେ ଏବେ ବି ଜଙ୍ଗଲରେ ତିନିରୁ 4 ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି ।


