
ସମ୍ବଲପୁର,୧୧/୧୦/୨୧ (ଜିଲ୍ଲା ଖବର ) : ଭ୍ୟାକ୍ସିନ ନାଁରେ ଲୋକଙ୍କୁ ଭୟ । ଲୋକଙ୍କୁ କାହିଁକି କରାଯାଉଛି ବାଧ୍ୟ ? ତାକୁ ନେଇ ଉଠିଛି ପ୍ରଶ୍ନ । ସମ୍ବଲପୁର ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା ।
ଟିକା ନନେଲେ ସରକାରୀ ଯୋଜନାରୁ ବଞ୍ଚିତ ହେବେ ହିତାଧିକାରୀ । କରୋନାର ଦ୍ବିତୀୟ ଡୋଜ ଟିକା ନ ନେଲେ ସରକାରୀ ଯୋଜନାରୁ କଟିବେ ହିତାଧିକାରୀ । ଏଭଳି ଏକ ଉଦ୍ୟମକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସଚେତନ କରାଯାଉଛି ।
ପ୍ରଥମ ଡୋଜ ନେବାର ୮୪ ଦିନ ପରେ ବି ଦ୍ୱିତୀୟ ଡୋଜ ନେଇନଥିଲେ ହିତାଧିକାରୀ ବିଜୁ ସ୍ୱାସ୍ଥ୍ୟ କାର୍ଡ, ରାସନ କାର୍ଡ ଭଳି ଅନେକ ସରକାରୀ ସୁବିଧାରୁ ବଞ୍ଚିତ ହେବେ । ତେବେ ଲୋକଙ୍କ ଅଭିଯୋଗ ସଚେତନ କରାଯାଉ, ବାଧ୍ୟ ନ କାରାଯାଉ । ପଞ୍ଚାୟତସ୍ତରରେ ଏଭଳି ନିଷ୍ପତ୍ତି କେମିତି ନିଆଯାଇପାରିବ ବୋଲି ଲୋକେ ପ୍ରଶ୍ନ କରିଛନ୍ତି ।


