Sunday, November 15, 2026
Home ଆଞ୍ଚଳିକ ଦିନ କେଇଟା ପରେ ଆରମ୍ଭ ହେବ କାର୍ତ୍ତିକ ବ୍ରତ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ବସିବ...

ଦିନ କେଇଟା ପରେ ଆରମ୍ଭ ହେବ କାର୍ତ୍ତିକ ବ୍ରତ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଜି ବସିବ ଛତିଶା ନିଯୋଗ ବୈଠକ

13

ପୁରୀ, ୧୧/୧୦/୨୧ (ଜିଲ୍ଲା ଖବର ) : ଦିନ କେଇଟା ପରେ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଏଥିପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯିବ। ତେବେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ପାଇଁ କାର୍ତ୍ତିକ ବ୍ରତଧାରୀମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ । ଯେଉଁ ବ୍ରତଧାରୀ ଦୁଇ ଡୋଜ୍ ଟିକାକରଣର ପ୍ରମାଣପତ୍ର କିମ୍ବା ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦେଖାଇବେ ସେମାନେ ହିଁ କେବଳ ଦର୍ଶନ କରିପାରିବେ ।

ତେବେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ବ୍ରତଧାରୀଙ୍କ ପାଇଁ ସ୍ୱତନ୍ତ୍ର ନିୟମ ଆସିବ ନା ପୂର୍ବ ନିୟମ ବଳବତ୍ତର ରହିବ ତାହା ଆଜିର ଛତିଶା ନିଯୋଗ ବୈଠକରେ ସ୍ପଷ୍ଟ ହେବ । କରୋନା ପାଇଁ ଗତବର୍ଷ ସରକାରଙ୍କ ତରଫରୁ ହେଉଥିବା ମାଗଣା ଶିବିର ଓ ଖାଦ୍ୟପେୟ ବ୍ୟବସ୍ଥା ବନ୍ଦ ରହିଥିଲା । ଚଳିତ ବର୍ଷ ହବିଷ୍ୟାଳିଙ୍କ ପାଇଁ ଏହି ବ୍ୟବସ୍ଥା ହେବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ରହିଛି ।