
ଭୁବନେଶ୍ୱର/କଟକ,୧୧/୧୦/୨୧ (ଜିଲ୍ଲା ଖବର ) : ଆଜିଠାରୁ କଟକ-ଭୁବନେଶ୍ୱରରେ ରାତି ୮ଟାରୁ ସକାଳ ୫ ଟା ଯାଏଁ ନାଇଟ କର୍ଫ୍ୟୁ। ଦୁର୍ଗାପୂଜା ପାଇଁ ଟ୍ୱିନ ସିଟିରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି। ସମୟ ରାତି ୧୧ଟା ପରିବର୍ତ୍ତେ ରାତି ୮ଟାରୁ ଲାଗୁ ହେବ । ଆଜିଠୁ ଅକ୍ଟୋବର ୨୦ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ଜଣାପଡିଛି।
ଏହି ସମୟରେ ଚେକିଂ କଡାକଡି କରାଯିବା ସହିତ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯିବ। ରାତି ୮ଟା ପରେ କଟକ-ଭୁବନେଶ୍ୱରରେ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯିବ ବୋଲି କମିସନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦୁର୍ଗାପୂଜା ସମୟରେ ସର୍ତକ ରହିବା ସହିତ କଟକଣା ମାନିବାକୁ ରାଜଧାନୀ ବାସୀଙ୍କୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।



