Home ଆଞ୍ଚଳିକ ଦିଲ୍ଲୀକୁ ହରାଇ ଫାଇନାଲରେ ପ୍ରବେଶ କଲା ଚେନ୍ନାଇ

ଦିଲ୍ଲୀକୁ ହରାଇ ଫାଇନାଲରେ ପ୍ରବେଶ କଲା ଚେନ୍ନାଇ

10

୧୧/୧୦/୨୧ (ଜିଲ୍ଲା ଖବର ) : ଦିଲ୍ଲୀକୁ ହରାଇ ଫାଇନାଲରେ ପ୍ରବେଶ କଲା ଚେନ୍ନାଇ। ରବିବାର ଅନୁଷ୍ଠିତ ପ୍ରଥମ କ୍ୱାଲିଫାୟାର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪ ଓ୍ବିକେଟରେ ହରାଇ ପ୍ରଥମ ଦଳ ଭାବେ ଫାଇନାଲକୁ ପ୍ରବେଶ କରିଛି ଚେନ୍ନାଇ ସୁପର କିଙ୍ଗସ। ଟସ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୦ଓଭରରେ ୫ଓ୍ୱିକେଟ ହରାଇ ୧୭୨ ରନ କରିଥିବା ବେଳେ, ୧୯.୪ ଓଭରରେ ଚେନ୍ନାଇ ସୁପର କିଙ୍ଗସ ଏହି ମ୍ୟାଚକୁ ଜିତି ନେଇଛି।

ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିବା ବେଳେ ରତୁରାଜ ଗାଏକଓ୍ୱାଡ ଏବଂ ରବିନ ଉଥାପାଙ୍କ ଶତକୀୟ ଭାଗିଦାରୀ ଚେନ୍ନାଇର ବିଜୟରେ ସହାୟକ ହୋଇଛି। ଶେଷ ଓଭରରେ ୧୩ରନ ଆବଶ୍ୟକ ହେଉଥିବା ବେଳେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୩ଟି ଚୌକା ମାରି ଦଳକୁ ଫାଇନାଲରେ ପ୍ରବେଶ କରାଇଛନ୍ତି।

ଏହାକୁ ଲଗାଇ ଚେନ୍ନାଇ ସୁପର କିଙ୍ଗସ ଆଇପିଏଲର ମୋଟ ୧୪ଟି ସିଜିନରୁ ୯ଟି ସିଜିନରେ ଫାଇନାଲକୁ ପ୍ରବେଶ କରିବାର ରେର୍କଡ ହାସଲ କରିଛି। ସେହିପରି ଆଜି ସଂଧ୍ୟାରେ ଏଲିମିନେଟର ମ୍ୟାଚରେ ଆରସିବି ଏବଂ କେକେଆର ମଧ୍ୟରେ ମୁକାବିଲା ହେବ।