ମହୁମାଛି ଆକ୍ରମଣରେ ଜଣେ ମୃତ

5

କେନ୍ଦୁଝର, ୧୧/୧୦/୨୧ (ଜିଲ୍ଲା ଖବର ) : ମହୁମାଛି ଆକ୍ରମଣରେ ଜଣେ ମୃତ । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ପଣ୍ଡାପଡ଼ା ଥାନା ନଇଗୋଡା ଗାଁର ଚେମୁଟୁ ମହାରଣା ଛେଳି ଚରାଇବାକୁ ନିକଟସ୍ଥ ସନ୍ତିଆରସ ଜଙ୍ଗଲକୁ ଯାଇଥିଲେ।

ଏହି ସମୟରେ ଗଛରେ ଥିବା ମହୁମାଛି ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପରିବାର ଲୋକେ ଖବର ପାଇ ୧୦୮ ଆମ୍ବୁଲାନସ୍ ଯୋଗେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।