
ମୁମ୍ବାଇ, ୧୧/୧୦/୨୧ (ଜିଲ୍ଲା ଖବର ) : କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ଆଜି ହେବ ଶୁଣାଣି । ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଏବେ ଆର୍ଥର ରୋଡ୍ ଜେଲରେ ଅଛନ୍ତି। ତେବେ ଗିରଫ ଡ୍ରଗ୍ସ ପେଡଲର୍ ଙ୍କ ସହ ସାମ୍ନାସାମ୍ନି ବସାଇ ଆର୍ଯ୍ୟନଙ୍କୁ ଜେରା କରିପାରନ୍ତି NCB ଅଧିକାରୀ । କ୍ରୁଜ୍ ଡ୍ରଗସ୍ ମାମଲାରେ ଏଯାଏଁ ୨୦ଜଣଙ୍କୁ ଗିରଫ କରାଗଲାଣି ।
ଦେଖିବାକୁ ଗଲେ ଆର୍ଯ୍ୟନଙ୍କ ସମସ୍ୟା କମିବାର ନାଁ ଧରୁନି । ବିଳାଶପୂର୍ଣ୍ଣ ଜୀବନ ଜାପନ କରୁଥିବା ଆର୍ଯ୍ୟନଙ୍କୁ , ଏବେ ଜେଲରେ ରୁଟି, ଡାଲି ଖାଇ ରହିବାକୁ ପଡୁଛି । ତେବେ ଆର୍ଯ୍ୟନଙ୍କ ଓକିଲ ସତୀଶ ମାନଶିନ୍ଦେ ସେସନ୍ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଆଜି ତାର ଶୁଣାଣି ହେବ । ତେବେ ଆର୍ଯ୍ୟନଙ୍କୁ ଜାମିନ୍ ମିଳିବକି ନାହିଁ ତାହା କେବଳ ସମୟ କହିବ ।


