Home ଆଞ୍ଚଳିକ ଡିଜିଟାଲ ମିଡିଆ ଆସୋସିଏସନର ପ୍ରେସ ଦିବସ ପାଳନ

ଡିଜିଟାଲ ମିଡିଆ ଆସୋସିଏସନର ପ୍ରେସ ଦିବସ ପାଳନ

32
ଡିଜିଟାଲ ମିଡିଆ ଆସୋସିଏସନ ଓଡିଶା ତରଫରୁ ଅନୁଷ୍ଠିତ ଉତ୍ସବରେ ଏସ.ଏମ.ଆଇ.ଟି ଗଣ ଯୋଗାଯୋଗ ମୁଖ୍ୟ ଶ୍ରୀମତି ଭାରତୀ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଛନ୍ତି ।

ବ୍ରହ୍ମପୁର, (ବ୍ୟୁରୋ): ସାମ୍ବାଦିକ ମାନେ ଆତ୍ମ ସମୀକ୍ଷା କରିବା ସହ ସମାଜର ହିତ ସାଧନ ପାଇଁ ସମ୍ବାଦ ପରିବେଷଣରେ ସର୍ତକତା ଅବଲମ୍ବନ କରିବା ପାଇଁ ଆଜି ସନ୍ଧ୍ୟାରେ ଦୁନିଆ ହାଲଚାଲ ପରିସରରେ ଡିଜିଟାଲ ମିଡିଆ ଆସୋସିଏସନ ଓଡିଶା ତରଫରୁ ଅନୁଷ୍ଠିତ ଉତ୍ସବରେ ଏସ.ଏମ.ଆଇ.ଟି ଗଣ ଯୋଗାଯୋଗ ମୁଖ୍ୟ ଶ୍ରୀମତି ଭାରତୀ ପଟ୍ଟନାୟକ ସାମ୍ବାଦିକ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଗୁମରଫ ସଂପାଦକ ପ୍ରକାଶ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଦୁନିଆ ହାଲଚାଲ ସଂପାଦକ ତଥା ସଂଘ ସଭାପତି ରମେଶ ଚନ୍ଦ୍ର ପାତ୍ର , ସଂପାଦକ ଜିଲ୍ଲାଖବର ସଂପାଦକ କ୍ଷୀରୋଧ ଚନ୍ଦ୍ର ବେହେରା, ଡି.ଏସ.ଏଲ.ଆର ସଂପାଦକ ତଥା ସଂଘ କୋଷାଧ୍ୟକ୍ଷ ଜୀବନାନନ୍ଦ କର ସମ୍ବାଦିକ କୃଷ୍ଣଚନ୍ଦ୍ର ପାଳ ପ୍ରମୁଖ ଅତିଥି ମାନେ ମଂଚାସୀନ ଥିଲେ ।

ଡିଜିଟାଲ ବା ୱେବ ମିଡିଆ ମଧ୍ୟ ସଂପ୍ରତି ଗଣମାଧ୍ୟମରେ ଏକ ପ୍ରମୁଖ ହୋଇଥିବାବେଳେ ଏହାକୁ ସରକାରୀ ସ୍ତରରେ ଅଣଦେଖା କରାଯାଉଥିବା ନେଇ ଡିଜିଟାଲ ମିଡିଆ ଆସୋସିଏସନ ଓଡିଶା ତରଫରୁ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ଏହାକୁ ସୂଚନା ଏବଂ ପ୍ରସାରଣ ବିଭାଗରେ ଅନ୍ତର୍ଭୁକ୍ତ କିରବା ପାଇଁ ପ୍ରେସ କାଉନସିଲ ଉଚିତ ପଦକ୍ଷେପ ନିଅନ୍ତୁ ବୋଲି ବ୍ରହ୍ମପୁର ସ୍ଥିତ ଦୁନିଆ ହାଲଚାଲ ପରିସରରେ ସଂଘ ତରଫରୁ ଅନୁଷ୍ଠିତ ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ବିଶିଷ୍ଟ ସମ୍ବାଦିକ ମାନେ ମତପୋଷଣ କରିଛନ୍ତି । ପ୍ରେସ କାଉନସିଲ ଅଧିକ କ୍ରିୟାଶିଳ କରିବା ସଂଗେ ଡିଜିଟାଲ ମିଡିଆ ସମ୍ବାଦିକ ମାନଙ୍କୁ ମଧ୍ୟ ପ୍ରାଦେଶିକ ସରକାର ଏବଂ ଭାରତ ସରକାର ମାନ୍ୟତା ପ୍ରଦାନ କରିବାକୁ ଆଗଭର ହେବା କିମ୍ବା ବିକଳ୍ପ ମନ୍ତ୍ରଣାଳୟ ସୃଷ୍ଟି ସଂଘ ତରଫରୁ ଦାବି କରାଯାଇଥିଲା ।

ସାମ୍ବାଦିକ- ହିମାଂଶୁ ପାଢୀ, ଇ ରଞ୍ଜନ, ଉମାଶଙ୍କର ପାଣିଗ୍ରାହି, ସୁନିଲ ସାହୁ, ଗୁରୁ ପ୍ରସାଦ ପଟ୍ଟନାୟକ, ଅସିତ୍ ପଣ୍ଡା, ଶରତ ମଲ୍ଲିକ, ବିଜୟ ନାଏକ, କାର୍ଯ୍ୟକାରୀ ଲିଙ୍ଗରାଜ ଦାସ, ଭଗବାନ ଦାସ, ଆଇ ଟି ନିର୍ଦ୍ଧେଶକ ନିତିଶ କୁମାର ସାହୁ ,ଡି ଏଚ ବାର୍ତ୍ତା ସଂପାଦକ ସଂଜୟ କୁମାର ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ ଅନ୍ୟତମ ବାର୍ତ୍ତା ସଂପାଦକ ଏମ .ସରିଫ ପ୍ରାରମ୍ଭରୁ ସ୍ୱାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।