
ଖୋର୍ଦ୍ଧା, ୧୧/୧୦/୨୧ (ଜିଲ୍ଲା ଖବର ) : ହୃଦଘାତରେ ଯବାନଙ୍କ ଦେହାନ୍ତ ହୋଇଛି । ମୃତ ଯବାନ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକର ବିଷ୍ଣୁଡିହ ଗ୍ରାମର ଜ୍ୟୋତି ପ୍ରକାଶ ମହାରଣା ବୋଲି ଜଣାପଡିଛି। ଭାରତୀୟ ସେନାବାହିନୀରେ ଜଣେ କାର୍ଯ୍ୟରତ ଯବାନ ଥିଲେ। ୨୦୧୬ ମସିହାରେ ଜ୍ୟୋତି ପ୍ରକାଶ ମହାରଣା ଆର୍ମିରେ ଯୋଗ ଦେଇଥିଲେ । ପଞ୍ଜାବର ଭାଟିଣ୍ଡା ସ୍ଥିତ ୨୩ ମେକାନାଇଜଡ୍ ଇନ୍ଫେଣ୍ଟେରୀରେ କାର୍ଯ୍ୟରତ ଥିବା ବେଳେ ଗତ ୦୮ତାରିଖ ରାତିରେ ହଠାତ୍ ହୃଦଘାତରେ ଆକ୍ରାନ୍ତ ହୋଇଥିଲେ ଜ୍ୟୋତି ପ୍ରକାଶ ମହାରଣା ।
ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ ନିଆଯାଇଥିଲା। ଚିକିତ୍ସା କରାଗଲା ମାତ୍ର ଯବାନ ପ୍ରାଣ ହରାଇଥିଲେ । ରବିବାର ରାତିରେ ତାଙ୍କ ମରଶରୀର ନିଜ ଗାଁରେ ପହଁଞ୍ଚିଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଏକ ଶୋକାକୂଳ ପରିବେଶ ଦେଖିବାକୁ ମିଳିଛି।


