
ନୂଆଦିଲ୍ଲୀ, ୧୧/୧୦/୨୧ (ଜିଲ୍ଲା ଖବର ) : ବଲିଉଡ ଅଭିନେତ୍ରୀ ରକୁଲ ପ୍ରୀତ ସିଂହ ସବୁବେଳେ କିଛି ନା କିଛି କାରଣକୁ ନେଇ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରନ୍ତି । ନିକଟରେ ସେ ତାଙ୍କର ୩୧ ତମ ଜନ୍ମଦିନ ପାଳନ କରିଛନ୍ତି । ଏବଂ ଫ୍ୟାନ୍ସଙ୍କୁ ଏକ ଖାସ୍ ଉପହାର ମଧ୍ୟ ଦେଇଛନ୍ତି । ରକୁଲ ପ୍ରୀତ ଇନଷ୍ଟାଗ୍ରାମରେ ଜ୍ୟାକି ଭଗ୍ନାନୀଙ୍କ ସହ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ସେ ଅଫିସିଆଲ ଭାବେ ଘୋଷଣା କରିଛନ୍ତି ଯେ, ଦୁହେଁ ରିଲେସନସିପରେ ଅଛନ୍ତି ଏବଂ ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି ।
ରକୁଲ ପ୍ରୀତ ସିଂହ ଅଫିସିଆଲ ଭାବେ ଘୋଷଣା କରିଛନ୍ତି ଯେ, ସେ ଫିଲ୍ମ ପ୍ରଡ୍ୟୁସର ତଥା ଆକ୍ଟର ଜ୍ୟାକି ଭଗ୍ନାନୀଙ୍କୁ ଡେଟ କରୁଛନ୍ତି । ସେ ତାଙ୍କ ସମ୍ପର୍କ ବିଷୟରେ ଘୋଷଣା କରିବା ସଙ୍ଗେସଙ୍ଗେ , ତାଙ୍କ ଫ୍ୟାନ୍ସମାନେ ବେଶ ଖୁସି ହୋଇଛନ୍ତି । ଏହା ସହିତ ସେ ଜ୍ୟାକିଙ୍କ ପାଇଁ ଏକ ଖୁବ୍ ସୁନ୍ଦର କ୍ୟାପ୍ସନ ମଧ୍ୟ ଲେଖିଛନ୍ତି ।
ସେ ଫଟୋ ସେୟାର କରିବା ସହିତ ଲେଖିଛନ୍ତି ଯେ, ‘ ଥ୍ୟାଙ୍କ୍ ୟୁ ମାଇଁ ହାର୍ଟ । ଏହି ବର୍ଷ ତୁମେ ମୋର ସବୁଠାରୁ ବଡ ଉପହାର । ମୋ ଜୀବନରେ ରଙ୍ଗ ଭରିଥିବାରୁ ଧନ୍ୟବାଦ୍ । ସବୁବେଳେ ମତେ ହସାଇବା ପାଇଁ ଧନ୍ୟବାଦ୍ । ଆମକୁ ହାତରେ ହାତ ମିଶାଇ ଅନେକ ସ୍ମୁତି ଗଢିବାର ଅଛି ଜ୍ୟାକି ଭଗ୍ନାନି ବୋଲି ରକୁଲ ଲେଖିଛନ୍ତି ।
ତେବେ ତାଙ୍କର ଏହି ପୋଷ୍ଟ ଦେଖିବା ପରେ ଫ୍ୟାନ୍ସଙ୍କ ଠାରୁ ଆରମ୍ଭ କରି ଅନେକ ସେଲିବ୍ରେଟି ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
କେବଳ ଏତିକି ନୁହେଁ, ଅନ୍ୟପଟେ ସମାନ ଫଟୋ ଜ୍ୟାକି ମଧ୍ୟ ସେୟାର କରି ଲେଖିଛନ୍ତି ଯେ, ତୁମ ବିନା ଦିନ ଦିନ ଭଳି ଲାଗେନା । ତୁମ ବିନା ଖାଇବାରେ ଖାଇବାର ସ୍ବାଦ ମଧ୍ୟ ନଥାଏ । ସବୁଠାରୁ ସୁନ୍ଦରୀ ଯୁବତୀକୁ ଜନ୍ମଦିନର ଶୁଭେଚ୍ଛା ପଠାଉଛି , ଯିଏ ମୋ ଦୁନିଆ । ଭଗବାନ କରନ୍ତୁ ତୁମ ଦିନ ସେତିକି ସୁନ୍ଦର ହେଉ, ଯେତିକି ତୁମେ ଏବଂ ତୁମ ହସ।


