ପୁଣି ବିବାଦରେ ମାଲକାନଗିରି ପୋଲିସ, କେସ କରିବାକୁ ଗଲେ ପୋଲିସ ବାବୁ ରଖୁନାହାନ୍ତି FIR

3

ମାଲକାନଗିରି,୧୧/୧୦/୨୧ (ଜିଲ୍ଲା ଖବର ) : ପୁଣି ବିବାଦରେ ମାଲକାନଗିରି ପୋଲିସ । ଜିଲ୍ଲାରେ ଥମିବାର ନା ନେଉନାହିଁ ପୋଲିସ ବାବୁଙ୍କ ମନମୁଖୀ କାମ । ମାଲକାନଗିରି ଆଦର୍ଶ ଥାନା ନାଁରେ ଆଉ ଏକ ଅଭିଯୋଗ । କେସ କରିବାକୁ ଗଲେ ପୋଲିସ ବାବୁ ରଖୁନାହାନ୍ତି FIR । ଏପରିକି ପୋଲିସ ବାବୁ ପୀଡ଼ିତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିବା ଅଭିଯୋଗ ଆସିଛି ।

ଏମ.ଭି-୯୧ ଗାଁର ପ୍ରମିଳା ଦାସ୍ କିଛି ବର୍ଷ ତଳେ ଏମ.ଭି -୧୭ ଗାଁରର ବିକାଶ ଦାସଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛି ମାସ ମଧ୍ୟରେ ପତ୍ନୀଙ୍କୁ ଯୌତୁକ ପାଇଁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ବାପ ଘରକୁ ଯିବା ପରେ ବି ଥମି ନଥିଲା ଅତ୍ୟାଚାର । ତେବେ ନ୍ୟାୟ ପାଇଁ ଥାନାକୁ ଯାଇଥିବା ବେଳେ ପ୍ରମିଳାଙ୍କୁ ଥାନା ବାବୁ ବ୍ୟବହାର ଠିକ୍ କରି ନ ଥିଲେ । ଏହାସହ କେସ୍ ନ ଦେବାକୁ ମଧ୍ୟ ଚାପ ପକାଉଥିବା ସଙ୍ଗୀନ ଅଭିଯୋଗ ଆସିଛି । 

ତେବେ ଏହା ଗୋଟିଏ ଘଟଣା ନୁହେଁ, ଗତ କିଛିଦିନ ତଳେ ମୋଟୁ ଠାରେ ଦୁଇ ଯୁବକଙ୍କୁ ବିନା କାରଣରେ ମୋଟୁ ଥାନାର ଏସ.ଆଇ ନିର୍ଦ୍ଦୁମ ମାଡ଼ ମାରିଥିବାର ଅଭିଯୋଗ ଆସିଥିଲା । ତେବେ ମୋଟୁ ଘଟଣା ଚର୍ଚ୍ଚା ସରିବା ପୂର୍ବରୁ ଜିଲ୍ଲାର ପୋଲିସ ବିଭାଗ ଉପରେ ଉଠିଛି ଆଉ ଏକ ପ୍ରଶ୍ନ ।