
କଳାହାଣ୍ଡି , ୧୧/୧୦/୨୧ (ଜିଲ୍ଲା ଖବର ) : କଳାହାଣ୍ଡି ଲାଞ୍ଜିଗଡରେ ଜନବସତି ମୁହାଁ ଗଜରାଜ । ସାନ ଜାମକିହେଜୁ ଗାଁର ୩ ଘର ଭାଙ୍ଗିବା ସହ ଧାନ, ମକା ଫସଲ ନଷ୍ଟ କରିଥିବା ଅଭିଯୋଗ । ୨୫ରୁ ଉର୍ଦ୍ଧ୍ୱ ଜଙ୍ଗଲି ହାତୀପଲ୍ଲ ନିକଟସ୍ଥ ପାତର ଡଙ୍ଗର ଠାରୁ ସାନ ଜାମକିହେଜୁ ଗାଁର ମାଝୀ ପଡାକୁ ଆସିଥିବା ଗ୍ରାମବାସୀ କହିଛନ୍ତି । ହାତୀର ଗର୍ଜନ ଶୁଣି ଲୋକେ ଭୟଭିତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ ।
ହାତୀପଲ୍ଲ ପ୍ରଥମେ ଗାଁର ଚିନ୍ମୟୀ ହରିଜନଙ୍କ ଘରକୁ ଭାଙ୍ଗିବା ସହ ଅନେକ ଜିନିଷ ନଷ୍ଟ କରିଥିଲେ। ପରେ ଘର ଲୋକେ ବନ ବିଭାଗକୁ ଫୋନ ଯୋଗେ ଜଣାଇଥିଲେ। ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରିବା ସହ ହାତୀପଲ ଘଉଡାଇବାକୁ ଚେଷ୍ଟା ଜାରି ରଖିଛି।



