
ନୂଆଦିଲ୍ଲୀ, ୧୧/୧୦/୨୧ (ଜିଲ୍ଲା ଖବର ) : ବଲିଉଡର ସୁପରଷ୍ଟାର ଅମିତାଭ୍ ବଚ୍ଚନଙ୍କ ଆଜି ଜନ୍ମଦିନ । ଆଜି ୭୯ ବର୍ଷରେ ପାଦ ଥାପିଲେ ବିଗ୍ ବି । ୧୧ ଅକ୍ଟୋବର ୧୯୪୨ରେ ଆହ୍ଲାବାଦରେ ସେ ଜନ୍ମଗ୍ରହଣ କରିଥିଲେ । ୭୯ ବର୍ଷରେ ପାଦ ଥାପିସାରିଥିବା ବିଗ୍ ବି ଆଜିବି ଏକଦମ୍ ଫିଟ ଅଛନ୍ତି । ଆଜି ସେ ତାଙ୍କର କାର୍ଯ୍ୟରେ ସେତିକି ଆକ୍ଟିଭ୍ ଅଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ସବୁବେଳେ ପସନ୍ଦ କରନ୍ତି । ଦମଦାର ଅଭିନୟ ମାଧ୍ୟମରେ ସେ ସବୁବେଳେ ଦର୍ଶକଙ୍କ ହୃଦୟରେ ରାଜ୍ କରନ୍ତି । ଯେ କୌଣସି ଭୂମିକା ହେଉ ନା କାହିଁକି , ସବୁ ଚରିତ୍ରକୁ ସେ ଜୀବନ୍ତ କରିବାକୁ ଚେଷ୍ଟା କରନ୍ତି । ଅଭିନୟ ଦୁନିଆଁରେ ତାଙ୍କୁ ଅନେକ ନିଜର ଆଇଡଲ ବୋଲି ମାନନ୍ତି ।
ବିଗ୍ ବିଙ୍କୁ ମହାନାୟକ ବୋଲି ମଧ୍ୟ କୁହାଯାଏ । ଫିଲ୍ମରେ ଅଭିନୟ କରିବା ସହିତ, ହୋଷ୍ଟ ଏବଂ ବିଗ୍ୟାପନରେ ମଧ୍ୟ କାମ କରନ୍ତି ବିଗ୍ ବି । ସେ ତାଙ୍କ କ୍ୟାରିୟରରେ ଦାଦା ସାହେବ୍ ଫାଲକେ ପୁରସ୍କାର,ରାଷ୍ଟ୍ରିୟ ଫିଲ୍ମ ପୁରସ୍କାର, ଫିଲ୍ମ ଫେୟାର ପୁରସ୍କାର ସମେତ, ଅନେକ ଆଓ୍ବାର୍ଡରେ ସେ ସମ୍ମାନିତ ହୋଇଛନ୍ତି ।
‘ସାତ୍ ହିନ୍ଦୁସ୍ତାନି’ତାଙ୍କର ପ୍ରଥମ ଫିଲ୍ମ ଥିଲା। ଯାହାକି ୧୯୬୯ରେ ରିଲିଜ୍ ହୋଇଥିଲା । ୧୯୭୩ରେ ତାଙ୍କ ଫିଲ୍ମ’ଜଞ୍ଜିର’ ବକ୍ସ ଅଫିସରେ ବେଶ ସଫଳତା ହାସଲ କରିଥିଲା । ଏହାପରେ ସେ ସଫଳତାର ସିଢି ଚଢିବା ଆରମ୍ଭ କରିଥିଲେ । ତାପରେ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି । ଆଗକୁ ଆଗକୁ ବଢି ଚାଲିଛନ୍ତି ଏବଂ ଦର୍ଶକଙ୍କ ମନୋରଞ୍ଜନ କରି ଚାଲିଛନ୍ତି । ତେବେ ଆଜି ବିଗ୍ ବିଙ୍କ ଜନ୍ମଦିନ ଅବସରରେ, ତାଙ୍କୁ ଅର୍ଗସ୍ ପରିବାର ତରଫରୁ ଢେରସାରା ଶୁଭକାମନା ।




