Wednesday, November 11, 2026
Home ଆଞ୍ଚଳିକ ‘ଧୋକାବାଜ୍ କେବେ ଶାନ୍ତିରେ ରୁହନ୍ତି ନାହିଁ’ ବୋଲି କହିଲେ ସିଦ୍ଧାର୍ଥ

‘ଧୋକାବାଜ୍ କେବେ ଶାନ୍ତିରେ ରୁହନ୍ତି ନାହିଁ’ ବୋଲି କହିଲେ ସିଦ୍ଧାର୍ଥ

8

ନୂଆଦିଲ୍ଲୀ,୧୧/୧୦/୨୧ (ଜିଲ୍ଲା ଖବର ) : ଅଭିନେତା ସିଦ୍ଧାର୍ଥ ନାରାୟଣନ ଏବଂ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ ପ୍ରଥମେ  ପରସ୍ପରକୁ ଡେଟ କରୁଥିବା ବେଳେ, ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ସମ୍ପର୍କ ଆଗକୁ ବଢି ପାରି ନଥିଲା । ଏହାପରେ ସାମନ୍ଥା ନାଗା ଚୈତନ୍ୟଙ୍କୁ ବିବାହ କରି , ଉଭୟ ନିଜ ଜୀବନରେ ଆଗକୁ ବଢିଥିଲେ ।

ହେଲେ ବିବାହର ମାତ୍ର ୪ ବର୍ଷ ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଏବଂ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇ ଯାଇଛନ୍ତି । ଏହାପରେ ସିଦ୍ଧାର୍ଥ ସାମନ୍ଥାଙ୍କୁ ଇଙ୍ଗିତ କରି , ଏକ ଟ୍ୱିଟ୍‌ କରି କହିଛନ୍ତି ଯେ, ସ୍କୁଲରେ ପଢିବା ସମୟରେ ମୋ ଶିକ୍ଷକଙ୍କ ଠାରୁ ମିଳିଥିବା ପ୍ରଥମ ଶିକ୍ଷା ହେଉଛି ‘ ଧୋକାବାଜ ମାନେ କେବେ ଶାନ୍ତିରେ ରୁହନ୍ତି ନାହିଁ। ତେବେ ଏହା ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ ଏବଂ ଅନ୍ୟ କାହା ଉଦ୍ଦେଶ୍ୟରେ ସେ ଏହି ପୋଷ୍ଟ ଲେଖି ନାହାନ୍ତି ବୋଲି କହିଛନ୍ତି ସିଦ୍ଧାର୍ଥ । ଆସନ୍ତା ୧୪ ତାରିଖରେ ରିଲିଜ ହେବାକୁ ଯାଉଛି ସିଦ୍ଧାର୍ଥଙ୍କ ତେଲୁଗୁ ଫିଲ୍ମ ମହାସମୁଦ୍ରମ । ଏହି ଫିଲ୍ମଟିର ପ୍ରମୁଖ ବିଷୟ ହେଉଛି ପ୍ରେମ ଓ ଧୋକା ରହିଥିବାରୁ ସେ ଏପରି ଲେଖିଛନ୍ତି ବୋଲି କହିଛନ୍ତି ସିଦ୍ଧାର୍ଥ ।