
ଖୋର୍ଦ୍ଧା,୧୧/୧୦/୨୧ (ଜିଲ୍ଲା ଖବର ) : ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସରେ କନ୍ୟା ବିକ୍ରି ଅଭିଯୋଗ । ଖୋର୍ଦ୍ଧା ବାଘମାରିରେ କନ୍ୟା ସନ୍ତାନ ବିକ୍ରି ଅଭିଯୋଗ ଆସିଛି । ନବଜାତ ଶିଶୁକନ୍ୟାକୁ ଅନ୍ୟ ହାତରେ ଟେକିଦେଲା ଜଣେ ଅସହାୟ ମା’ ।
ମା’ ର ମମତା ଆଗରେ ଅସହାୟ ହୋଇପଡ଼ିଥିଲା ଦାରିଦ୍ର୍ୟ । ଗତ ୨୨ ତାରିଖରେ ଭିକ୍ଷାବୃତ୍ତି କରୁଥିବା ମହିଳା ଶିଶୁକନ୍ୟା ଜନ୍ମ ଦେଇଥିଲେ । କିନ୍ତୁ ଛୁଆ ଜନ୍ମର କିଛି ସମୟ ପରେ ତାକୁ ଅନ୍ୟ ଏକ ପରିବାରକୁ ଦେଇଦେଇଥିବା ବାଘମାରିରେ ଚର୍ଚ୍ଚା ହେଉଛି । ସେପଟେ ଶିଶୁ କନ୍ୟାର ସୁରକ୍ଷା ଦାବି କରିଛନ୍ତି ବାଘମାରି ଗ୍ରାମର ସମାଜସେବୀ ।






