Thursday, November 12, 2026
Home ଆଞ୍ଚଳିକ ବିଜୁ ସ୍ୱାସ୍ଥ୍ୟକାର୍ଡ ବାଣ୍ଟିବାକୁ ଆସି ମନ୍ତ୍ରୀ ତୁଷାରକାନ୍ତି ବେହେରା ହଟହଟା

ବିଜୁ ସ୍ୱାସ୍ଥ୍ୟକାର୍ଡ ବାଣ୍ଟିବାକୁ ଆସି ମନ୍ତ୍ରୀ ତୁଷାରକାନ୍ତି ବେହେରା ହଟହଟା

17

ପୁରୀ, ୧୧/୧୦/୨୧ (ଜିଲ୍ଲା ଖବର ) : ବିଜୁ ସ୍ୱାସ୍ଥ୍ୟକାର୍ଡ ବାଣ୍ଟିବାକୁ ଆସି ମନ୍ତ୍ରୀ ତୁଷାରକାନ୍ତି ବେହେରା ହଟହଟା । ପୁରୀ ଅସ୍ତରଙ୍ଗ ବ୍ଲକର ତାଣ୍ଡହାର ଗାଁରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ଯାଇଥିଲେ ମନ୍ତ୍ରୀ । କିନ୍ତୁ ଲୋକ ତାଙ୍କୁ ନିର୍ବାଚନ ବେଳେ ଦେଇଥିବା ପ୍ରତିଶ୍ରୁତି ସଂପର୍କରେ ପଚାରିଥିଲେ । ତାଣ୍ଡହାରକୁ ପକ୍କା ସଡ଼କ ପ୍ରତିଶ୍ରୁତି ଦେଇଥିଲେ ବିଧାୟକ । ତେବେ ମନ୍ତ୍ରୀଙ୍କ ସହ ଚେୟାରମ୍ୟାନ ସ୍ୱାଧୀନ ନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜୋତିର୍ମୟୀ ଦଳାଇ ସମେତ ବହୁ ବିଜେଡି ନେତାଙ୍କୁ ହଟହଟା ହେବାକୁ ପଡ଼ିଛି ।

ସୂଚନା ଅନୁସାରେ, ମନ୍ତ୍ରୀ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବାକୁ ତାଣ୍ଡଘର ଆସିବା ସମୟରେ କଚ୍ଚା ରାସ୍ତାକୁ ବାଲିବସ୍ଥା ଦେଇ ମରାମତି କରାଯାଇଥିଲା । କିନ୍ତୁ ଗାଡ଼ି ଯାଇସାରିବା ପରେ ଗାଁର କିଛି ଦୁର୍ବୁତ୍ତ ସେହି ବାଲି ବସ୍ଥାକୁ କାଢି ଦେଇଥିଲେ । ଫଳରେ କୌଣସି ଗାଡ଼ି ଫେରିବା ସମ୍ଭବ ହୋଇ ନ ଥିଲା । ଘଟଣାକୁ ନେଇ କିଛି ସମୟ ଉତ୍ତେଜନା ପ୍ରକାଶ ପାଇଥିଲା । ସେପଟେ ପୋଲିସର ଦବଙ୍ଗଗିରି ଦେଖିବାକୁ ମିଳିଥିଲା ।

ସ୍ଥାନୀୟ ଯୁବକକୁ ସନ୍ଦେହ କରି ପୋଲିସ ଅତ୍ୟାଚାର କରିଥିବା ଅଭିଯୋଗ ବି ସାମ୍ନାକୁ ଆସୁଛି । ତେବେ ସାଧାରଣ ଜନତାଙ୍କ ପ୍ରଶ୍ନ ମନ୍ତ୍ରୀ ଯଦି ଗୋଟିଏ ଦିନ ସେ ଗାଁକୁ ଯାଇ ପାରୁନାହାନ୍ତି, ସେ ଗାଁର ଲୋକ କିଭଳି ପ୍ରତିଦିନ ଯିବାଆସିବା କରୁଛନ୍ତି?